ଜିଲ୍ଲାରାଜ୍ୟ

Raid: କଲରାପତରିଆ ବାଘ ଛାଲ କିଣାବିକା ବେଳେ ଚଢ଼ାଉ: ୮ ଗିରଫ, ଚମଡ଼ା ଜବତ

ରାୟଗଡ଼ା: କଲରାପତରିଆ ବାଘଛାଲ କିଣାବିକା ନେଇ ଡିଏଫଓ କୌଣସି ସୂତ୍ରରୁ ଖବର ପାଇ କଲ୍ୟାଣସିଂହପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରିଭଲକଣା ଠାରେ ଜଙ୍ଗଲ ବିଭାଗ କର୍ମଚାରୀମାନେ  ଚଢ଼ାଉ କରିଛନ୍ତି। ବାଘ ଛାଲ ବେପାର କରୁଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀମାନେ ୮ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ସେମାନଙ୍କ ଠାରୁ ଗୋଟିଏ ବାଘ ଚମଡ଼ା ଜବତ କରିଛନ୍ତି । ଏହି ଚଢ଼ାଉରେ କଳାହାଣ୍ଡି ଏବଂ ରାୟଗଡ଼ା ଜଙ୍ଗଲ ବିଭାଗର କର୍ମଚାରୀମାନେ ଭାଗ ନେଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ତଦନ୍ତ ପାଇଁ ରାୟଗଡ଼ା ଅଣାଯାଉଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଅଣାଯାଇଥିବା ସେନେଇ ସ୍ପଷ୍ଟ ହେବ କୁହାଯାଇଛି ।

ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଅଣାଯାଇଥିବା ‌ସେନେଇ ସ୍ପଷ୍ଟ ହେବ

ଏହି ଚଢ଼ାଉରେ ରାୟଗଡ଼ା ରେଞର ଅନୀଲ ପାଣିଗ୍ରାହି, କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ଗୌରୀ ଶଙ୍କର ସାହୁ, ରବି ଚନ୍ଦ୍ର ପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ତଦନ୍ତ ପରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବ‌େ ବୋଲି ରାୟଗଡ଼ା ଡିଏଫଓ ସଚ୍ଚିନ ଆନ୍ନା ସାହେବ ଓହଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟଯେ ରାୟଗଡ଼ା ଜିଲ୍ଲାରୁ ଗତ ୨ବର୍ଷ ମଧ୍ୟରେ ପାଖାପାଖି ୧୦ଟି କଲରାପତରିଆ ବାଘ ଛାଲ ଜବତ ହେଲାଣି । ରାୟଗଡ଼ା ଜିଲ୍ଲାର ଗୁମ୍ମା ରଜର୍ଭ ଫରେଷ୍ଟ ଏବଂ ମୁନିଗୁଡା ରେଞ୍ଜର ଚନ୍ଦ୍ରପୁର ବନାଞ୍ଚଳରେ ବହୁସଂଖ୍ୟକ କଲରାପତରିଆ ବାଘ ଦେଖାଯାଉଥିଲେ । କିନ୍ତୁ ନିକଟରେ ଜଙ୍ଗଲ ବିଭାଗ ଦ୍ବାରା  ହୋଇଥିବା ବାଘ ଗଣନା ସମୟରେ ଗୋଟିଏ ମଧ୍ୟ ବାଘର ସୂଚନା ଟ୍ରାପ କେମେରାରେ ଧରାପଡିନଥିଲା। ଗତ ଡିସେମ୍ବର ମାସରେ ଶେଷଥର ପାଇଁ ଟ୍ରାପ କମେରାରେ ଗୋଟିଏ ବାଘର ସୂଚନା ମିଳିଥିଲା । ବର୍ତମାନ  ମିଳିଥିବା କଲରାପତରିଆ ବାଘ ଛାଲକୁ କଳାହାଣ୍ଡି ଜିଲ୍ଳା କର୍ଲାପାଟ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଅଣାଯାଇଥିବା ଅନୁମାନ କରାଯାଉଛି ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button