ରାଜ୍ୟ

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର ଗାଁ କଜଳେଇ ତୋଟାରେ ଏଭଳି ଅଘଟଣ ଘଟିଛି। ମୃତା ବୃଦ୍ଧା ଫକୀରପୁର ଗାଁର ମଞ୍ଜୁଲତା ନାଥ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଏହି ଅଞ୍ଚଳରେ ହାତୀ ଉପଦ୍ରବ ମଚାଇଥିଲା। ଲୋକେ ବନବିଭାଗର ସହାୟତାରେ ହାତୀକୁ ଘଉଡ଼ାଇଥିଲେ। ହେଲେ ମଞ୍ଜୁଙ୍କ ସମ୍ପର୍କରେ କେହି ଜାଣିପାରି ନ ଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ତୋଟାରେ ମଞ୍ଜୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପୋଲିସ ଓ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀମାନେ ଆସି ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ହାତୀ ଆକ୍ରମଣର ଶିକାର ହୋଇ ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଆହତ ମହିଳା ଯଶୋଦା ମଲ୍ଲିକ ଆଜି ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

 

 

ସୌଜନ୍ୟ ଧରିତ୍ରୀ

Show More
Back to top button