ଅପରାଧଜିଲ୍ଲାରାଜ୍ୟ

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ ୩ରେ ପାଠ ପଢ଼ୁଥିବା ଜନୈକ ମଦ୍ୟପ ଛାତ୍ର ପ୍ରେମରେ ବିଫଳ ହୋଇ କଲେଜ ନିକଟସ୍ଥ ରାଜରାସ୍ତାରେ ଘଣ୍ଟାଏ କାଳ ଏକ ଖଣ୍ଡା ଧରି ଆତଙ୍କରାଜ ଚଳାଇଥିଲେ। ନିଜ ମାଆ ସହ ଥିବା ଉକ୍ତ ଯୁବତୀ ଜଣକଙ୍କ ବେକରେ ଖଣ୍ଡା ଲଗାଇ ମୋତେ ବାହା ହେବା ପାଇଁ ରାଜି ନ ହେଲେ ବେକକୁ ହାଣି ଦେବି ବୋଲି ଯୁବକ ଜଣକ ଧମକ ଚମକ ଦେଇ ମାଆ ଝିଅଙ୍କୁ ଘଣ୍ଟାଏ କାଳ ଭୟଭୀତ କରି ରଖିଥିଲେ। ଘଟଣାକୁ ଦେଖି ସ୍ଥାନୀୟ ଅଞ୍ଚଳର କିଛି ସାହସୀ ଯୁବକ ଆତଙ୍କରାଜ ଚଳାଇଥିବା ଉକ୍ତ ଯୁବକଙ୍କୁ କାବୁ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଛାତ୍ରଙ୍କୁ ଥାନାକୁ ନେଇ ଆସିଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଘଟଣା ନେଇ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ ସୂଚନାରୁ ଜଣାପଡ଼ିଛି।

 

 

ସୌଜନ୍ୟ ଧରିତ୍ରୀ

 

 

Show More
Back to top button