ଦେଶ ବିଦେଶବାଣିଜ୍ୟ

LPG: ଏଲ୍‌ପିଜି ଦର ବିଶ୍ବର ଅନ୍ୟତମ ସର୍ବନିମ୍ନ: କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କିଆ ବଢ଼ିବା ପରେ ରବିବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଗ୍ରାହକମାନେ ରନ୍ଧନ ଗ୍ୟାସ୍‌ ପାଇଁ ବିଶ୍ବର ଅନ୍ୟତମ ସର୍ବନିମ୍ନ ଦର ଦେଉଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଉଜ୍ଜ୍ବଳା ଯୋଜନାରେ ଦିଆଯାଉଥିବା ସିଲିଣ୍ଡର ଦର ଅନ୍ୟ ଦେଶଗୁଡ଼ିକର ଗ୍ୟାସ୍‌ ଦର ସହ ତୁଳନା କରାଯାଇଛି। ଭାରତରେ ଉଜ୍ଜ୍ବଳା ହିତାଧିକାରୀମାନେ ପ୍ରତି ସିଲିଣ୍ଡର ପିଛା ୬୪୨ ଟଙ୍କା ଗଣୁଛନ୍ତି। ଏହି ସମୟରେ ପାକିସ୍ତାନରେ ଗ୍ୟାସ୍‌ ଦର ୧୦୪୬ ଟଙ୍କା, ନେପାଳରେ ୧୨୦୭ ଟଙ୍କା, ବାଂଲାଦେଶରେ ୧୨୨୫ ଟଙ୍କା, ଶ୍ରୀଲଙ୍କାରେ ୧୨୪୧ ଟଙ୍କା, ଆମେରିକାରେ ୧୭୫୫ ଟଙ୍କା, ଅଷ୍ଟ୍ରେଲିଆରେ ୧୭୬୫ ଟଙ୍କା ଓ କାନାଡାରେ ୨୪୧୧ ଟଙ୍କା ରହିଥିବା ଦରକାର କହିଛନ୍ତି।

କିନ୍ତୁ ଏହି ତୁଳନା କରିବା ବେଳେ କ୍ରୟ ଶକ୍ତି ସମାନତା (ପିପିପି)କୁ ମନ୍ତ୍ରଣାଳୟ ବିଚାରକୁ ନେଇନାହିଁ। ଭାରତରେ ଅଣ-ଉଜ୍ଜ୍ବଳା ଗ୍ରାହକଙ୍କ ପାଇଁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୯୪୨ ଟଙ୍କା ରହିଛି। ଇରାନ ଯୁଦ୍ଧ ପରେ ତେଲ ଓ ଗ୍ୟାସ୍‌ ଯୋଗାଣ ପ୍ରଭାବିତ ହୋଇଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ତେଲ ଓ ଗ୍ୟାସ୍‌ ଦାମ୍‌ ବଢ଼ିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ରହିଥିବାରୁ ଭାରତକୁ ଆମଦାନି ଅଧିକ ବାଧୁଛି।

 

 

 

ସୌଜନ୍ୟ ସମ୍ବାଦ

 

Show More
Back to top button