ଦେଶ ବିଦେଶ

Mahua: ବିଦ୍ରୋହୀ ସାଂସଦଙ୍କୁ ସମର୍ଥନ ନେଇ ୟୁସୁଫ୍‌ ପଠାନଙ୍କୁ ମହୁଆଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ସୋମବାର ବହରମପୁର ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଦ୍ରୋହୀ ସାଂସଦଙ୍କୁ ସମର୍ଥନ ଓ ଅମିତ ଶାହଙ୍କ ଡାକରାରେ ଦିଲ୍ଲୀ ଯିବାକୁ ନେଇ ମହୁଆ ‘ଏକ୍ସ’ରେ ପୋଷ୍ଟ କରି ପଠାନଙ୍କୁ ସମାଲୋଚନା କରିଛନ୍ତି। ମହୁଆ ପଠାନଙ୍କୁ ଭାରତ ପାଇଁ କ୍ରିକେଟ ଖେଳୁଥିବା ସମୟ କଥା ମନେ ପକାଇ ସାହସ ଦେଖାଇବାକୁ କହିଛନ୍ତି। ମହୁଆ ଲେଖିଛନ୍ତି, ଆପଣ ଦିଲ୍ଲୀ ଏଥିପାଇଁ ଯାଉଛନ୍ତି କାହିଁକି ନା ଅମିତ ଶାହ ଆପଣଙ୍କୁ ଡାକିଛନ୍ତି।

ଆପଣ ଭାରତ ପାଇଁ କ୍ରିକେଟ ଖେଳିଛନ୍ତି। ଆମର ଜିଲ୍ଲାଗୁଡ଼ିକ ବିପୁଳ ଭୋଟ ଦେଇ ଆପଣଙ୍କୁ ଜିତାଇଛନ୍ତି। କିଛି ତ ଲଜ୍ଜା କରନ୍ତୁ ଓ ନିଜର ମେରୁଦଣ୍ଡ ଦେଖାନ୍ତୁ ବୋଲି କହିଛନ୍ତି। କାକଳି ଘୋଷ ଦସ୍ତିଦାରଙ୍କ ନେତୃତ୍ବରେ ତୃଣମୂଳ କଂଗ୍ରେସର ୨୦ ସାଂସଦ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ସମର୍ଥନ ଘୋଷଣା କରିବା ପରେ ମହୁଆ ଏହି ପୋଷ୍ଟ କରିଛନ୍ତି। ଲୋକସଭାରେ ତୃଣମୂଳ କଂଗ୍ରେସର ୨୮ ସାଂସଦ ଥିବାବେଳେ ୨୦ ଜଣ ବିଦ୍ରୋହ କରିବା ପରେ ଟିଏମ୍‌ସି ସଂସଦୀୟ ଦଳରେ ଫାଟ ସୃଷ୍ଟି ହୋଇଛି।

 

 

 

ସୌଜନ୍ୟ Prameya News7

Show More
Back to top button