ଖେଳଜାତୀୟ

Cricket: ଅଗଷ୍ଟ ୧୫ରୁ ଭାରତ-ଶ୍ରୀଲଙ୍କା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା

ଆସନ୍ତା ଅଗଷ୍ଟ ୧୫ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ଟେଷ୍ଟ୍‌ ଗଲ୍‌ଠାରେ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଦ୍ବିତୀୟ ଟେଷ୍ଟ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇନଥିଲେ ବି ଏହା ଅଗଷ୍ଟ ୨୩ରୁ ଆରମ୍ଭ ହେବ।

ମୁମ୍ବାଇ: ଆସନ୍ତା ଅଗଷ୍ଟ ୧୫ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ଟେଷ୍ଟ୍‌ ଗଲ୍‌ଠାରେ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଦ୍ବିତୀୟ ଟେଷ୍ଟ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇନଥିଲେ ବି ଏହା ଅଗଷ୍ଟ ୨୩ରୁ ଆରମ୍ଭ ହେବ। ତେବେ ଏହା କଲମ୍ବୋର ସିଂହଳିଜ୍‌ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବାର ସମ୍ଭାବନା ରହିଛି। ସ୍ଥାନ ଚୂଡ଼ାନ୍ତ ହେବା ପରେ ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଗସ୍ତସୂଚୀ ପ୍ରକାଶ ପାଇବ।

ଏହି ଦୁଇ ଟେଷ୍ଟ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଚକ୍ରରେ ଅନ୍ତର୍ଭୁକ୍ତ ଥିବାରୁ ଉଭୟ ଦଳ ପାଇଁ ଏହାର ଗୁରୁତ୍ବ ରହିଛି। ଏହି ଗସ୍ତରେ ଭାରତ ୨ ଟେଷ୍ଟ ବ୍ୟତୀତ ଭାରତ ଗୋଟିଏ ଟ୍ବେଣ୍ଟି-୨୦ ଖେଳିପାରେ। ତେବେ ୩ ଟ୍ବେଣ୍ଟି-୨୦ ଖେଳିବାକୁ ଶ୍ରୀଲଙ୍କା ବୋର୍ଡ ଅନୁରୋଧ କରିଛି ଓ ଖୁବଶୀଘ୍ର ଗସ୍ତସୂଚୀ ଚୂଡ଼ାନ୍ତ ହେବ ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ ନିକଟରେ ସୂଚନା ଦେଇଥିଲେ।

୨୦୧୭ ପରେ ଏହା ହେବ ଶ୍ରୀଲଙ୍କାକୁ ଭାରତର ପ୍ରଥମ ଗସ୍ତ। ୨୦୧୭ରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଶ୍ରୀଲଙ୍କା ଗସ୍ତ କରି ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ପୋଛିନେଇଥିଲା। ଏହା ସହିତ ଖେଳାଯାଇଥିବା ଏକମାତ୍ର ଟ୍ବେଣ୍ଟି-୨୦ରେ ବି ବିଜୟ ହାସଲ କରିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button