ଜାତୀୟ

ମହିଳା ଗୃହିଣୀ ନୁହନ୍ତି ବରଂ ରାଷ୍ଟ୍ର ନିର୍ମାତା, ମହିଳାଙ୍କ ଘରକାମ ମୂଲ୍ୟ ମାସକୁ ୩୦ ହଜାର କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଗୁରୂତ୍ୱପୂର୍ଣ୍ଣ ରାୟ କ୍ରମେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କୁ ‘ରାଷ୍ଟ୍ର ନିର୍ମାତା’ ଭାବେ ଅଭିହିତ କରିଛନ୍ତି। ଦେଶବ୍ୟାପୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଗୃହିଣୀଙ୍କ ପରିବାରକୁ ମିଳୁଥିବା କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ମଧ୍ୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ଘର ସମ୍ଭାଳୁଥିବା ମହିଳାଙ୍କୁ ‘ରାଷ୍ଟ୍ର ନିର୍ମାତା’ ମାନ୍ୟତା ମିଳିବା ଉଚିତ। ସେମାନଙ୍କ କାମକୁ କେବେ କମ୍ ଭାବେ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ ।

କୌଣସି ଦୁର୍ଘଟଣାରେ ଗୃହିଣୀଙ୍କ ମୃତ୍ୟୁ ହେବା ପରେ ସେ ପରିବାରର ଯତ୍ନ ନେବା ଏବଂ ଘରୋଇ କାମ ଲାଗି ମାସକୁ ଅତି କମ୍ରେ ୩୦ ହଜାର ଟଙ୍କା (ବର୍ଷକୁ ୩ ଲକ୍ଷ ହଜାର ଟଙ୍କା) ବିବେଚନା କରାଯିବ ଅର୍ଥାତ ଗୃହିଣୀଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଘରୋଇ ସେବା ପାଇଁ ଅଦାଲତ ମାସିକ ୩୦ ହଜାର ଟଙ୍କାର ଏକ ‘ଆନୁମାନିକ’ ରାଶି ଧାର୍ଯ୍ୟ କରିଛନ୍ତି । ବୀମା କମ୍ପାନି କିମ୍ବା ଉତ୍ତରଦାୟୀ ପକ୍ଷ ଏହି କ୍ଷତିପୂରଣ ଦେବାକୁ ହେବ।

ଏକ ମୋଟର ଦୁର୍ଘଟଣାଜନିତ ମାମଲାର ଶୁଣାଣି ବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ଵର ସିଂଙ୍କ ଖଣ୍ଡପୀଠ କହିଛନ୍ତି, ଜଣେ ଗୃହିଣୀଙ୍କ ଭୂମିକା କେବଳ ଘରର ଦାୟିତ୍ଵ ତୁଲାଇବା ଜଣେ ଗୃହିଣୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ଭାବରେ ସେମାନଙ୍କ ଅବଦାନକୁ ଆକଳନ କରିବା କଷ୍ଟକର। ଜଣେ ଗୃହିଣୀ ମାସକୁ ଅତି କମରେ ୩୦ ହଜାର ଟଙ୍କାର ଘରକାମ କରିଥାନ୍ତି।

ଖଣ୍ଡପୀଠ ଘରୋଇ କାର୍ଯ୍ୟ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୦୬ ମସିହାରେ, ଉତ୍ତରାଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ମହିଳା ମୃତ୍ୟୁ ପରେ କ୍ଷତିପୂରଣ ଦାବି ମାମଲାରେ ସୁପ୍ରିମକୋର୍ଟ ଏଭଳି ଶୁଣାଣି କରିଛନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button