ଖେଳଜାତୀୟ

Cricket: ଭାରତ ଠାରୁ ଶୋଚନୀୟ ପରାସ୍ତ ପରେ ପାକିସ୍ତାନ ଗଣିବ ଜରିମାନା

ଭାରତ ବିପକ୍ଷ ମହିଳା ଟି୨୦ ବିଶ୍ବକପ୍‌ର ଗ୍ରୁପ-ଏ ମୁକାବିଲାରେ ପାକିସ୍ତାନକୁ ଦୁଇଟି ବଡ଼ ଝଟକା ଲାଗିଛି। ଗୋଟିଏ ପଟେ ଟିମ୍‌କୁ ପଡ଼ିଆରେ ୬୪ ରନ୍‌ର ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଅନ୍ୟପଟରେ ପାକିସ୍ତାନ ଟିମ୍‌କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ...

ବର୍ମିଂହାମ: ଭାରତ ବିପକ୍ଷ ମହିଳା ଟି୨୦ ବିଶ୍ବକପ୍‌ର ଗ୍ରୁପ-ଏ ମୁକାବିଲାରେ ପାକିସ୍ତାନକୁ ଦୁଇଟି ବଡ଼ ଝଟକା ଲାଗିଛି। ଗୋଟିଏ ପଟେ ଟିମ୍‌କୁ ପଡ଼ିଆରେ ୬୪ ରନ୍‌ର ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଅନ୍ୟପଟରେ ପାକିସ୍ତାନ ଟିମ୍‌କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମନ୍ଥର ବୋଲିଂ ପାଇଁ ଜରିମାନା ନିର୍ଦ୍ଦେଶ ଦେଇଛି।

ଆଇସିସି ସୋମବାର ସୂଚନା ଦେଇଛି ଯେ, ପାକିସ୍ତାନ ଟିମ୍‌ ନିର୍ଦ୍ଧାରିତ ସମୟ ସୀମା ଭିତରେ ନିଜର ଓଭର ପୂରା କରିପାରି ନଥିଲା। ସମୟ ସଂପର୍କିତ ସମସ୍ତ ଛାଡ଼ (Time Allowances)କୁ ଦୃଷ୍ଟିରେ ରଖିବା ପରେ ପାକିସ୍ତାନ ଗୋଟିଏ ଓଭର ପଛରେ ପଡ଼ିଯାଇଥିଲା। ଏଥି ପାଇଁ ଆଇସିସି ମ୍ୟାଚ୍‌ର ରେଫରି ଟ୍ଟୁଡି ଆଣ୍ଡରସନ ଟିମ୍‌ ଉପରେ ମ୍ୟାଚ୍‌ ଫି’ର ୫ ପ୍ରତିଶତ ଜରିମାନା ଲଗାଇଥିଲେ।

ଆଇସିସିର ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କ ଆଚରଣ ବିଧିର ଅନୁଚ୍ଛେଦ ୨.୨୨ ଅନୁସାରେ ନ୍ୟୁନତମ ଓଭର ରେଟ୍‌ ଜାରି ରଖିବାରେ ବିଫଳ ହେଲେ ଖେଳାଳିଙ୍କ ଉପରେ ପ୍ରତି ଓଭର ତାଙ୍କର ମ୍ୟାଚ୍ ଫି’ର ୫ ପ୍ରତିଶତ ଜରିମାନା ଲାଗୁ ହୋଇଥାଏ। ପାକିସ୍ତାନ ମାମଲାରେ ଟିମ୍‌ ଗୋଟିଏ ଓଭର କମ୍‌ ଥିଲା। ଏଥି ପାଇଁ ୫ ପ୍ରତିଶତ ଜରିମାନା ଲାଗୁ କରାଯାଇଛି।

ମ୍ୟାଚ୍‌ ସମୟରେ ଅନ୍‌-ଫିଲ୍ଡ ଅମ୍ପାୟର ପୋଲୋସାକ ଏବଂ ଜ୍ୟାକଲିନ ୱିଲିୟମ, ତୃତୀୟ ଅମ୍ପାୟର ଏଲୋଇସ ଶେରିଡନ ଏବଂ ଚତୁର୍ଥ ଅମ୍ପାୟର ସୁ ରେଡଫର୍ନ ଏହି ଅଭିଯୋଗ ଆଣିଥିଲେ। ପାକିସ୍ତାନର ଅଧିନାୟକ ଫତିମା ସନା ନିଜ ଟିମ୍‌ର ଭୁଲ ସ୍ବୀକାର କରିବା ସହିତ ପ୍ରସ୍ତାବିତ ଦଣ୍ଡକୁ ମଧ୍ୟ ମାନି‌ ନେଇଛନ୍ତି। ଏହା ପରେ ମାମଲାର କୌଣସି ଔପଚାରିକତା ଶୁଣାଣିର ଆବଶ୍ୟକତା ହୋଇ ନାହିଁ।

ସୂଚନାଯୋଗ୍ୟ ବର୍ମିଂହାମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରି ସ୍କୋର ୧୭୦ ରନ୍‌ କରିଥିଲା। ଜବାବରେ ପାକିସ୍ତାନର ପୂରା ଟିମ୍‌ ୧୦୬ ରନ୍‌ରେ ଆଉଟ୍‌ ହୋଇଥିଲା। ଫଳରେ ଦଳ ୬୪ ରନ୍‌ରେ ପରାସ୍ତ ହୋଇଥିଲା। ଏବେ ପାକିସ୍ତାନ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ। ପାକିସ୍ତାନର ଆଗାମୀ ମ୍ୟାଚ୍‌ ଜୁନ ୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବ। ଏହି ମ୍ୟାଚ୍‌ ମଧ୍ୟ ବର୍ମିଂହାମରେ ଖେଳାଯିବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button