ଖେଳଜାତୀୟ

Lionel Messi: ମେସିଙ୍କ ଏକାଧିକ ରେକର୍ଡ

ଅଲ୍‌ଜେରିଆ ବିପକ୍ଷରେ ମେସି ୩୮ ବର୍ଷ ୩୫୭ ଦିନ ବୟସରେ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ବୟସ୍କ ଖେଳାଳି ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ନାଁରେ ଥିଲା।

କନ୍‌ସାସ୍‌ ସିଟି: ଅଲ୍‌ଜେରିଆ ବିପକ୍ଷରେମେସି୩୮ ବର୍ଷ ୩୫୭ ଦିନ ବୟସରେ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ବୟସ୍କ ଖେଳାଳି ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ପର୍ତ୍ତୁଗାଲର କ୍ରିଷ୍ଟିଆନୋରୋନାଲ୍‌ଡୋଙ୍କ ନାଁରେ ଥିଲା।

-ଆର୍ଜେଣ୍ଟିନା ପାଇଁ ବିଶ୍ବକପ୍‌ରେ ଗୋଲ୍‌ କରିବାରେ ମେସି ଉଭୟ ସର୍ବକନିଷ୍ଠ ଓ ବୟସ୍କ ଖେଳାଳି ହେବାର ଗୌରବ ପାଇଛନ୍ତି। ସେ ୧୮ ବର୍ଷ ବୟସରେ ୨୦୦୬ରେ ସର୍ବିୟା ବିପକ୍ଷରେ ପ୍ରଥମ ବିଶ୍ବକପ୍‌ ଗୋଲ୍‌ କରିଥିଲେ।

-ଅଲ୍‌ଜେରିଆ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ପରେ ମେସିଙ୍କ ବିଶ୍ବକପ୍‌ ଗୋଲ୍‌ ସଂଖ୍ୟା ୧୬ରେ ପହଞ୍ଚିଛି। ଯାହା ସର୍ବାଧିକ ଗୋଲ୍‌ ସ୍କୋର୍‌ କରିଥିବା ଜର୍ମାନୀର ମିରୋସଲାଭ କ୍ଲୋଜଙ୍କ ସମକକ୍ଷ ହୋଇଛି।

ମେସିଙ୍କ ବିଶ୍ବକପ୍‌ ଗୋଲ୍‌ ସଂଖ୍ୟା ୧୬ରେ ପହଞ୍ଚିଛି

-ରୋନାଲ୍‌ଡୋଙ୍କ ପରେ ମେସି ୫ ବିଶ୍ବକପ୍‌ରେ ଗୋଲ୍‌ କରିବାରେ ଦ୍ବିତୀୟ ଖେଳାଳିହୋଇଛନ୍ତି। ମେସି ୨୦୦୬, ୨୦୧୪, ୨୦୧୮, ୨୦୨୨, ୨୦୨୬ରେ ଏହି ସଫଳତା ପାଇଛନ୍ତି।

-ମେସି ପ୍ରଥମ ଖେଳାଳି ଭାବେ ୬ ବିଶ୍ବକପ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ୨୦୦୬ଠୁ ସେ ପ୍ରତିବିଶ୍ବକପ୍‌ ଖେଳି ଆସୁଛନ୍ତି।

-ରୋନାଲ୍‌ଡୋ (୨୨୮) ଓ କୁଏତର ବାଡେର ଅଲ୍‌ ମୁତୱା (୨୦୨)ଙ୍କ ପରେ ମେସି ୨୦୦ ମ୍ୟାଚ୍‌ ଖେଲିବାରେ ତୃତୀୟ ଖେଳାଳି ହୋଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button