ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ, ଗୁପ୍ତାଙ୍ଗରୁ ଡାକ୍ତର ବାହାର କଲେ ଗୁଳି-ପଥର !
Chakiya Police Station, Bihar: ଘଟଣାର କିଛି ଦିନ ପରେ ମହିଳାଙ୍କ ପେଟର ତଳ ଭାଗରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଯେତେବେଳେ ତାଙ୍କର ପରୀକ୍ଷା କରିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାଟନା: ବିହାରର ବେଗୁସରାଇ ଜିଲ୍ଲାରୁ ଏକ ମାନବିକତାକୁ ଦୋହଲାଇ ଦେଲା ଭଳି ପାଶବିକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଘରେ ପଶି ୫ ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ଅତ୍ୟନ୍ତ କ୍ରୂରତାର ସବୁ ସୀମା ପାର୍ କରିଛନ୍ତି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଅପରେସନ କରି ତାଙ୍କ ଗୁପ୍ତାଙ୍ଗରୁ ଏକ ଜୀବନ୍ତ ଗୁଳି, ପଥର ଏବଂ କାଠ ଖଣ୍ଡ ବାହାର କରିଛନ୍ତି ।
ଏହି ଅଭାବନୀୟ ଘଟଣାଟି ଜୁନ୍ ୧୧ ତାରିଖ ବିଳମ୍ବିତ ରାତିରେ ବେଗୁସରାଇର ଚକିୟା ଥାନା ଅଞ୍ଚଳରେ ଘଟିଛି।ପୀଡ଼ିତାଙ୍କ ବୟାନ ଅନୁଯାୟୀ, ରାତି ପ୍ରାୟ ୧୧:୩୦ ସମୟରେ ସେ ଶୌଚାଳୟକୁ ଯାଇଥିଲେ। ସେହି ସମୟରେ ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜବରଦସ୍ତି ତାଙ୍କ ଘର ଭିତରକୁ ପଶି ଆସିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ମହିଳାଙ୍କ ସ୍ୱାମୀଙ୍କୁ ଏକ କୋଠରୀ ଭିତରେ ପୂରାଇ ବାହାରୁ ଚାବି ପକାଇ ଦେଇଥିଲେ। ଏହାପରେ ମହିଳାଙ୍କ ପାଟି ବନ୍ଦ କରି ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ ୫ ମଣିଷ ରୂପୀ ରାକ୍ଷସ ।
ଘଟଣାର କିଛି ଦିନ ପରେ ମହିଳାଙ୍କ ପେଟର ତଳ ଭାଗରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଯେତେବେଳେ ତାଙ୍କର ପରୀକ୍ଷା କରିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରମାନେ ଅପରେସନ କରି ମହିଳାଙ୍କ ଗୁପ୍ତାଙ୍ଗରୁ ଏକ ଜୀବନ୍ତ ଗୁଳି, ଏକ ପଥର ଏବଂ କାଠ ଖଣ୍ଡ ବାହାର କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅଭିଯୁକ୍ତମାନେ ମହିଳାଙ୍କୁ କେତେ ଭୟଙ୍କର ଭାବେ ନିର୍ଯାତନା ଦେଇଛନ୍ତି ।
ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ସମସ୍ତ ୫ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚକିୟା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଗଭୀର ଅସନ୍ତୋଷ ଏବଂ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୌଜନ୍ୟ Prameya News7




