ମନୋରଞ୍ଜନ

ସିଆଇଡି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ହେଉଛନ୍ତି ଦୟା, ଅଭିଜିତ୍ ଏବଂ ଏସିପି ପ୍ରଦ୍ୟୁମନ, ଆସିଲା ନୂଆ ଶୋ’ର ପ୍ରୋମୋ

ଟିଭି ଶୋ "CID"ର ଦୟା, ଅଭିଜିତ, ACP ପ୍ରଦ୍ୟୁମନ, ପୂର୍ବୀ ଏବଂ ପଙ୍କଜ ଏକ ନୂଆ ଶୋ’ରେ ପୁଣି ଏକାଠି ହେବାକୁ ଯାଉଛନ୍ତି। ଏହି ଶୋ’ର ଏକ ପ୍ରୋମୋ ଭିଡିଓ ମଧ୍ୟ ରିଲିଜ୍ ହୋଇଛି।

ନୂଆଦିଲ୍ଲୀ: ଲୋକପ୍ରିୟ କ୍ରାଇମ୍-ଥ୍ରୀଲର ଶୋ’ ‘ସିଆଇଡି’ (CID)ର ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର। ସିଆଇଡିର ପାଞ୍ଚ ମୁଖ୍ୟ କଳାକାର ପୁଣି ଥରେ ଏକାଠି ଏକ ନୂଆ ଶୋ’ ମାଧ୍ୟମରେ ପରଦାକୁ ଫେରୁଛନ୍ତି। ଏହି ନୂଆ ଶୋ’ର ପ୍ରୋମୋ ଭିଡିଓ ମଧ୍ୟ ଜାରି କରାଯାଇଛି।

ସିଆଇଡି ଶୋ’ରେ ‘ସିନିୟର ଇନ୍ସପେକ୍ଟର ଦୟା’ ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୟାନନ୍ଦ ସେଟ୍ଟୀ ନିଜ ପ୍ରଡକ୍ସନ ହାଉସ୍ ବ୍ୟାନରରେ ଏହି ନୂଆ ଶୋ’ ନିର୍ମାଣ କରୁଛନ୍ତି। ସେ ଏହି ଶୋ’ର ପ୍ରଯୋଜକ ସହ ଅଭିନୟ ମଧ୍ୟ କରୁଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶୋ’ର ଏକ ପ୍ରୋମୋ ଭିଡିଓ ସେୟାର କରିଛନ୍ତି, ଯାହାକୁ AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି।

ବଦଳିଯାଇଛି ସବୁ ଚରିତ୍ରର ନାମ

ଏହି ନୂଆ ପ୍ରୋମୋ ଭିଡିଓରେ ସବୁ କଳାକାରଙ୍କ ନୂଆ ଚରିତ୍ରର ନାଁ ପ୍ରକାଶ କରାଯାଇଛି:

ଏସିପି ପ୍ରଦ୍ୟୁମ୍ନ (ଶିବାଜୀ ସାଟମ): ଏଥର ସେ ‘ଏସିପି ସାବନ୍ତ’ ଭୂମିକାରେ ନଜର ଆସିବେ।

ଅଭିଜିତ୍ (ଆଦିତ୍ୟ ଶ୍ରୀବାସ୍ତବ): ତାଙ୍କ ଚରିତ୍ରର ନାମ ‘ଅବିନାଶ କୁମାର’ ରଖାଯାଇଛି।

ଦୟା (ଦୟାନନ୍ଦ ସେଟ୍ଟୀ): ସେ ‘ରୁଦ୍ର ସେଟ୍ଟୀ’ ନାମକ ଚରିତ୍ରରେ ଅଭିନୟ କରିବେ।

ପୂର୍ବୀ (ଅଂଶା ସୟଦ): ସେ ଏହି ଶୋ’ରେ ‘ମେଘା’ ଭୂମିକା ଗ୍ରହଣ କରିବେ।

ପଙ୍କଜ (ଅଜୟ ନାଗରଥ): ଶୋ’ରେ ତାଙ୍କ ଚରିତ୍ରର ନାଁ ‘ଗୁରପ୍ରୀତ ସିଂହ’ ରହିଛି।

ଖୁବଶୀଘ୍ର ହେବ ନୂଆ ଆରମ୍ଭ

ପ୍ରୋମୋ ଭିଡିଓର ଶେଷରେ “ଏକ ନୂଆ ଆରମ୍ଭ” (Ek Nayi Shuruat) ବୋଲି ଲେଖାଯାଇଛି। ତେବେ ଏହି ଶୋ’ର ନାମ କ’ଣ ହେବ ଏବଂ ଏହା କେବେଠାରୁ ପ୍ରସାରିତ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। କିନ୍ତୁ ପ୍ରୋମୋ ଏବଂ କଳାକାରମାନଙ୍କ ଲୁକରୁ ଏହା ଅନୁମାନ କରାଯାଉଛି ଯେ, ଏହା ମଧ୍ୟ ସିଆଇଡି ଭଳି ଏକ ଦମଦାର୍ କ୍ରାଇମ୍ ଥ୍ରୀଲର କିମ୍ବା ଇନଭେଷ୍ଟିଗେଟିଭ୍ ଶୋ’ ହେବାକୁ ଯାଉଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button