ଜିଲ୍ଲାରାଜ୍ୟ

Sital Sasthi: ପଡ଼ିଲା ଦେବଦଂପତିଙ୍କ ହାତଗଣ୍ଠି: ଭାରତୀୟ ପାରଂପରିକ କଳାରେ ଦୁଲୁକିଲା ସମ୍ବଲପୁର

ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ପାଇଁ ସଂସ୍କୃତିର ହର ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି। ଦେବଦମ୍ପତିଙ୍କ ଲୌକିକ ବିବାହ ପାଇଁ ଭକ୍ତିରେ ବି‌ଭୋର ହୋଇଛନ୍ତି ଭକ୍ତ ଏବଂ ଜନତା। ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ପାଇଁ ସୁସଜ୍ଜିତ ଭଗବାନ ମହାଦେବ ବରବେଶରେ...

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ପାଇଁ ସଂସ୍କୃତିର ହର ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି। ଦେବଦମ୍ପତିଙ୍କ ଲୌକିକ ବିବାହ ପାଇଁ ଭକ୍ତିରେ ବି‌ଭୋର ହୋଇଛନ୍ତି ଭକ୍ତ ଏବଂ ଜନତା। ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ପାଇଁ ସୁସଜ୍ଜିତ ଭଗବାନ ମହାଦେବ ବରବେଶରେ ବାହାରିଥିଲେ। ଗୁରୁବାର ରାତି ଶୁକ୍ର ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କ ହାତଗଣ୍ଠି ପଡ଼ିଛି। ମାତା ପାର୍ବତୀଙ୍କୁ କନ୍ୟାଦାନ କରି ଭାବବିହ୍ବଳ ହୋଇ ଉଠିଛନ୍ତି କନ୍ୟା ପିତାମାତା। ଦେବବିବାହର ଅପୂର୍ବ ଦୃଶ୍ୟ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ମହାଦେବଙ୍କ ବରଯାତ୍ରୀରେ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ରାଜ୍ୟର ହଜାରହଜାର ଶ୍ରଦ୍ଧାଳୁ।

WhatsApp Image 2026-06-19 at 6.55.14 AM

ଗତକାଲି ଜ୍ୟେଷ୍ଟ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଗଇଁଠାଳ ଫିଟା ନୀତି ସମ୍ପନ୍ନ ହୋଇଥିଲା। ପୂର୍ବବର୍ଷର କନ୍ୟା ପିତାମାତା ଉପସ୍ଥିତ ରହି ଗଇଁଠାଳ ଫିଟା ନୀତି ଶେଷ କରିବା ପରେ ମାତା ପାର୍ବତୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କନ୍ୟାଳୟରେ ତୈଳାଭିଷେକ ଓ ହଳଦୀ ଖେଳ ହୋଇଥିବା ବେଳେ ଶିବାଳୟରେ ଆଭୂଷଣ, ଅଳଙ୍କାର ସହିତ ମହାଦେବଙ୍କୁ ବରବେଶରେ ସଜ୍ଜିତ କରାଯାଇଥିଲା।

WhatsApp Image 2026-06-19 at 6.55.10 AM

ରାତିରେ ମହାଆଳତି ପରେ ଦବେଦେବ ମହାଦେବ ଯକ୍ଷ, ଗନ୍ଧର୍ବ, କିନ୍ନରଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସାଙ୍ଗରେ ନେଇ ବରଯାତ୍ରୀରେ ବାହାରିଥିଲେ। ନନ୍ଦପଡ଼ାର ବଂରରାଡ ବାଲୁଙ୍କେଶ୍ବର ମନ୍ଦିରରୁ ବାହାରି ମହାନ୍ତିପଡ଼ା, କଂସାରିପଡ଼ା, ବୈଦ୍ୟନାଥ ଛକ, ଶକ୍ତିସଂଘ ଛକ, ମ୍ୟୁନିସିପାଲିଟି ଛକ ଦେଇ ନାରୀସେବା ସଦନରେ ପହଞ୍ଚିଥିଲଶ। ସେଠାରେ କନ୍ୟ ପିତାମାତା ସମ୍ବଲପୁର ଶାସନର ପ୍ରଦୀପ ମିଶ୍ରୀ ଓ ବୀଣାପାଣି ମିଶ୍ର ତଥା ପରିବାର ପକ୍ଷରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

WhatsApp Image 2026-06-19 at 6.55.12 AM

ଶୋଭାଯାତ୍ରାରେ ଦୁଲଦୁଲି, ସମ୍ପଦ୍ରା, ଉଜ୍ଜୟିନୀର ଡମ୍ବରୁ, ଘଣ୍ଟ, ଆନ୍ଧ୍ରପ୍ରଦେଶର କାନ୍ତାରା, କେରଳ ବ୍ୟାଣ୍ଡ, ମୟୂରଭଂଜର କଳସ ନାଚ, ହରିୟାଣାର ଅଘୋରୀ, ଖଡ଼ଗପୁରର ବାଘ ନୃତ୍ୟ, ପଂଜାବର ଆଖଡ଼ା ପାରଂପରିକ ନ୍ୟତ୍ୟ ଆଦି ସାମିଲ ହୋଇଥିଲା। ଏହି ବିବାହର ସାକ୍ଷୀ ରହିବା ପାଇଁ ପ୍ରଭୁ ସାକ୍ଷୀ ଗୋପୀନାଥ ମଧ୍ୟ ଏକ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

WhatsApp Image 2026-06-19 at 6.55.13 AM

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button