ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା: ହ୍ୟାରୀ ବ୍ରୁକ ହେଲେ ଅଧିନାୟକ, ନୂଆ ଚେହେରା ସାମିଲ୍
ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସୋମବାର ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନିଜର ୧୭ ଜଣିଆ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଷ୍ଟାର୍ ବ୍ୟାଟର ହ୍ୟାରୀ ବ୍ରୁକଙ୍କୁ ଏହି ସିରିଜ୍ ପାଇଁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି। ଏହି ଦଳରେ ଜୋସ ବଟଲର ଓ ଜୋଫ୍ରା ଆର୍ଚ୍ଚରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଥିବା ବେଳେ ଜେମ୍ସ କୋଲ୍ସଙ୍କ ଭଳି ଜଣେ ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।

ଲଣ୍ଡନ: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସୋମବାର ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନିଜର ୧୭ ଜଣିଆ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଷ୍ଟାର୍ ବ୍ୟାଟର ହ୍ୟାରୀ ବ୍ରୁକଙ୍କୁ ଏହି ସିରିଜ୍ ପାଇଁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି। ଏହି ଦଳରେ ଜୋସ ବଟଲର ଓ ଜୋଫ୍ରା ଆର୍ଚ୍ଚରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଥିବା ବେଳେ ଜେମ୍ସ କୋଲ୍ସଙ୍କ ଭଳି ଜଣେ ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।
କିଛି ପୁରୁଣା ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ
ଚଳିତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଥିବା ସୋନି ବେକର, ଜୋର୍ଡାନ କକ୍ସ ଏବଂ ସାକିବ ମହମୁଦଙ୍କର ଏହି ସିରିଜ୍ ମାଧ୍ୟମରେ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ଅନ୍ୟପଟେ, ଦଳର ଦୁଇ ପ୍ରମୁଖ ଖେଳାଳି ବ୍ରାଇଡନ କାର୍ସ ଏବଂ ଜେମି ଓଭରଟନ ଆହତ ଜନିତ ସମସ୍ୟା କାରଣରୁ ଏହି ସିରିଜ୍ରୁ ବାଦ୍ ପଡ଼ିଛନ୍ତି।
ଜେମ୍ସ କୋଲ୍ସଙ୍କୁ ମିଳିଲା ପ୍ରଥମ ସୁଯୋଗ
ଦଳରେ ଅନକ୍ୟାପଡ ଅଲରାଉଣ୍ଡର ଜେମ୍ସ କୋଲ୍ସଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ମିଳିଛି। ଇଂଲଣ୍ଡର ମୁଖ୍ୟ ଚୟନକର୍ତ୍ତା ମାର୍କସ ନର୍ଥ କହିଛନ୍ତି, “ଜେମ୍ସ ଜଣେ ପ୍ରତିଭାବାନ ଖେଳାଳି। ଗତ ୧୨ ମାସ ମଧ୍ୟରେ ଇଂଲଣ୍ଡ ଲାୟନ୍ସ ଏବଂ ବିଭିନ୍ନ ଘରୋଇ ତଥା ବିଦେଶୀ ଟି-୨୦ ଲିଗ୍ରେ ନିଜର ଦମଦାର ପ୍ରଦର୍ଶନ ବଳରେ ସେ ଜାତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଶେଷ ହେବା ମାତ୍ରେ ହିଁ ଏହି ସିରିଜ୍ ଆରମ୍ଭ ହେଉଥିବାରୁ, ଖେଳାଳି ବଦଳାଇବା ସୁବିଧା ପାଇଁ ଏକ ବଡ଼ ୧୭ ଜଣିଆ ଦଳ ଚୟନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଭାରତ ସିରିଜ୍ ପାଇଁ ଇଂଲଣ୍ଡ ଦଳ
ହ୍ୟାରୀ ବ୍ରୁକ (ଅଧିନାୟକ), ରେହାନ ଅହମ୍ମଦ, ଜୋଫ୍ରା ଆର୍ଚର, ସୋନି ବେକର, ଟମ୍ ବେଣ୍ଟନ, ଜାକବ ବେଥେଲ, ଜୋସ ବଟଲର, ଜେମ୍ସ କୋଲ୍ସ, ଜୋର୍ଡାନ କକ୍ସ, ସାମ କରନ, ଲିଆମ ଡସନ, ୱିଲ ଜ୍ୟାକ୍ସ, ସାକିବ ମହମୁଦ, ଆଦିଲ ରସିଦ, ଫିଲ ସଲ୍ଟ, ଜୋଶ ଟୋଙ୍ଗ୍ ଏବଂ ଲ୍ୟୁକ୍ ୱୁଡ୍।
ସୌଜନ୍ୟ Prameya News7




