ଦେଶ ବିଦେଶ

ଭାରତ ଭଳି ‘ଛୋଟ ଦେଶ’ ଆମ ବନ୍ଧୁ, କାହିଁକି ଏମିତି କହିଲେ ଇସ୍ରାଏଲ PM ?

ଇସ୍ରାଏଲ ପ୍ରଧାନମନ୍ତ୍ରୀ ରବିବାର ଭାରତର ସମର୍ଥନ ବାବଦରେ ଉଲ୍ଲେଖ କରିଛନ୍ତି । ଭାରତର ଉଦାହରଣ ଦେଇ ସେ ଜେଡି ଭାନ୍ସଙ୍କୁ ଟାର୍ଗେଟ୍ କରିଛନ୍ତି । ନେତନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଅନେକ ଦେଶର ସମର୍ଥନ ହାସଲ କରିଛି । ଯେଉଁଥିରେ ଭାରତ ଭଳି ଛୋଟ ଦେଶ ମଧ୍ୟ ସାମିଲ ଅଛି । ସେମାନଙ୍କର ଆଉ କିଛି ବନ୍ଧୁ ମଧ୍ୟ ଅଛନ୍ତି । ଭାରତରେ ୧୪୦ କୋଟି ଲୋକେ ରହୁଛନ୍ତି । ସେମାନେ ଇସ୍ରାଏଲକୁ ଜବରଦସ୍ତ ସମର୍ଥନ କରୁଛନ୍ତି ।

ନୂଆଦିଲ୍ଲୀ,|୦୭:ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ କିଛି ଠିକ୍ ଚାଲିନି । ଇାରନ ସହ ଶାନ୍ତି ଚୁକ୍ତି ପରେ ଦୁଇ ଦେଶ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଛି । ପରସ୍ପରକୁ କଟାକ୍ଷ କଲା ଭଳି ବୟାନବାଜି କରୁଛନ୍ତି । ଏହା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ୟୁଏସ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏକ ଦାବିକୁ ଖାରଜ କରିଦେଇଛନ୍ତି । ଜେଡି ଭାନ୍ସ ଓ୍ୱାଶିଂଟନ ହିଁ ଇସ୍ରାଏଲର ଏକମାତ୍ର ସହଯୋଗୀ ବୋଲି କହିଥିଲେ । ଯାହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ରବିବାର ଭାରତର ସମର୍ଥନ ବାବଦରେ ଉଲ୍ଲେଖ କରିଛନ୍ତି । ଭାରତର ଉଦାହରଣ ଦେଇ ସେ ଜେଡି ଭାନ୍ସଙ୍କୁ ଟାର୍ଗେଟ୍ କରିଛନ୍ତି । ନେତନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଅନେକ ଦେଶର ସମର୍ଥନ ହାସଲ କରିଛି । ଯେଉଁଥିରେ ଭାରତ ଭଳି ଛୋଟ ଦେଶ ମଧ୍ୟ ସାମିଲ ଅଛି । ସେମାନଙ୍କର ଆଉ କିଛି ବନ୍ଧୁ ମଧ୍ୟ ଅଛନ୍ତି । ଭାରତରେ ୧୪୦ କୋଟି ଲୋକେ ରହୁଛନ୍ତି । ସେମାନେ ଇସ୍ରାଏଲକୁ ଜବରଦସ୍ତ ସମର୍ଥନ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ଫେସବୁକରେ ଭାରତଠୁ ଅନେକ ସମର୍ଥନ ପାଇଛନ୍ତି । ତାଙ୍କର ଫେସବୁକରେ ଆକାଉଣ୍ଟ ରହିଛି । ଅନେକ ଦେଶ ଇସ୍ରାଏଲର ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ସମର୍ଥନ ନେଉଛନ୍ତି । ବିଶ୍ୱର ଅନେକ ନେତା ତାଙ୍କୁ ଫୋନ୍ କରିଥାନ୍ତି । ସହଯୋଗ ମାଗିଥାନ୍ତି ।

କ’ଣ କହିଥିଲେ ଜେଡି ଭାନ୍ସ ?

ଗତ ମାସରେ ଜେଡି କହିଥିଲେ ଯେ, ଇସ୍ରାଏଲ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ସମ୍ମାନ ଦେବା ଦରକାର । ଇସ୍ରାଏଲର ଅନେକ ନେତା ଶାନ୍ତି ଆଲୋଚନାରେ ଖୁସି ନାହାଁନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି । ଯଦି ସେ ଇସ୍ରାଏଲର କ୍ୟାବିନେଟରେ ଥାନ୍ତେ ତେବେ ଶକ୍ତିଶାଳୀ ସହଯୋଗୀ ବିରୋଧରେ ନଯିବା ପାଇଁ କହିଥାନ୍ତେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button