ଦେଶ ବିଦେଶ

Road Accident: ପିକନିକ୍ ସାରି ଫେରୁଥିବା ସ୍କୁଲ ବସ୍‌କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ୍: ୪ ଛାତ୍ର ମୃତ, ୩୫ ଆହତ

ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାରୁ ଆସୁଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ୍ ଥାଥିୟା ଥାନା ଅଞ୍ଚଳ ଅନ୍ତର୍ଗତ ଏକ୍ସପ୍ରେସୱେରେ ଠିଆ ହୋଇଥିବା ସ୍କୁଲ ପିଲାମାନଙ୍କ ଭର୍ତ୍ତି ବସ୍‌କୁ ଧକ୍କା ଦେଇଥିଲା।

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାରୁ ଆସୁଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ୍ ଥାଥିୟା ଥାନା ଅଞ୍ଚଳ ଅନ୍ତର୍ଗତ ଏକ୍ସପ୍ରେସୱେରେ ଠିଆ ହୋଇଥିବା ସ୍କୁଲ ପିଲାମାନଙ୍କ ଭର୍ତ୍ତି ବସ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଛାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।

ବସ୍‌ରେ ଥିଲେ ୫୦ ଜଣ ଛାତ୍ର ଏବଂ ଛଅ ଜଣ ଶିକ୍ଷକ 
ସୂଚନା ଅନୁଯାୟୀ, କୌଶାମ୍ବୀ ଜିଲ୍ଲାରେ ଅବସ୍ଥିତ ଓରିଏଣ୍ଟ ପବ୍ଲିକ୍ ସ୍କୁଲର ଛାତ୍ରମାନେ ବୃନ୍ଦାବନ ଏବଂ ମଥୁରାର ଏକ ଶୈକ୍ଷଣିକ ଭ୍ରମଣ ଏବଂ ପିକନିକ୍ ସାରି ବସ୍ ଯୋଗେ କୌଶାମ୍ବୀ ଫେରୁଥିଲେ। ବସ୍‌ରେ ୫୦ ଜଣ ଛାତ୍ର ଏବଂ ଛଅ ଜଣ ଶିକ୍ଷକ ଥିଲେ। ମଙ୍ଗଳବାର ସକାଳେ ଭୋର୍ ୫ଟା ୪୫ ସମୟରେ ଥାଥିୟା ପୁଲିସ ଷ୍ଟେସନ ଅଞ୍ଚଳରେ ଏକ୍ସପ୍ରେସୱେର ୨୦୯.୯ ମାଇଲଖୁଣ୍ଟ ନିକଟରେ ବସ୍‌ଟି ଶୌଚାଳୟ ବିରତି ପାଇଁ ଅଟକିଥିଲା। ପଛରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍ ଦ୍ରୁତଗତିରେ ବସ୍‌କୁ ଧକ୍କା ଦେଇଥିଲା।

ଚାରି ଜଣ ପିଲାଙ୍କୁ କରାଯାଇଥିଲା ମୃତ ଘୋଷଣା
ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ପୁଲିସ ପ୍ରଶାସନ ଏବଂ ୟୁପିଡିଏ ଦଳ ସହିତ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ସମସ୍ତ ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ସରକାରୀ ମେଡିକାଲ କଲେଜ ତିରୱାରେ ଭର୍ତ୍ତି କରାଯାଇଥିଲା। ତିରୱା ମେଡିକାଲ୍ କଲେଜର ଟ୍ରମା ସେଣ୍ଟରରେ ଚାରି ଜଣ ପିଲାଙ୍କୁ ମୃତ ଘୋଷଣା କରାଯାଇଥିଲା। ସ୍କୁଲ୍ ପ୍ରିନ୍ସିପାଲ୍ ଏବଂ ଅନ୍ୟ ଜଣେ ପିଲା ଗୁରୁତର ଆହତ
ହୋଇଥିବାରୁ ସେମାନଙ୍କୁ କାନପୁରକୁ ରେଫର କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button