ଦେଶ ବିଦେଶ

ଚତୁର୍ଥୀ ରାତିରେ କାଟିଲା ପେଟ, ପୁତ୍ର ସନ୍ତାନ ଜନ୍ମ ଦେଲେ ନବ ବିବାହିତା !

ଏଡିଏମଓ(ମେଡିକାଲ୍) ଡା. ସରୋଜ ଜେନାଙ୍କ ସୂଚନା ମୁତାବକ, ବର୍ତ୍ତମାନ ଉଭୟ ମା’ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି । ପ୍ରାରମ୍ଭିକ ଚିକିତ୍ସା ସମୟରେ ପ୍ରସୂତିଙ୍କ ଶରୀରରେ ରକ୍ତ କମ୍ ଥିବା ଜଣାପଡ଼ିଥିଲା । ଏରସମା ଥାନା ଅଞ୍ଚଳର ଏହି ନବବଧୂ ପ୍ରଥମେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତସତ୍ତ୍ୱା ଥିବା ଏହି ଯୁବତୀଙ୍କର ବିବାହ ଏରସମା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା । ତେବେ ଚତୁର୍ଥୀ ରାତିରେ ଅନ୍ତସତ୍ତ୍ୱା ଯୁବତୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।

ଜଗତସିଂହପୁର,|୦୭ତୁର୍ଥୀ ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ନବବଧୂ । ଏପ୍ରକାର କୌତୂହଳପୂର୍ଣ୍ଣ ଘଟଣା ଏରସମା ଥାନା ଅଞ୍ଚଳରେ ବେଶ ଚର୍ଚ୍ଚା ଖେଳାଇଛି । ବର୍ତ୍ତମାନ ଉଭୟ ମା’ ଓ ଶିଶୁପୁତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଏରସମା ଥାନାରେ ମଧ୍ୟ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ।

ଏଡିଏମଓ(ମେଡିକାଲ୍) ଡା. ସରୋଜ ଜେନାଙ୍କ ସୂଚନା ମୁତାବକ, ବର୍ତ୍ତମାନ ଉଭୟ ମା’ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି । ପ୍ରାରମ୍ଭିକ ଚିକିତ୍ସା ସମୟରେ ପ୍ରସୂତିଙ୍କ ଶରୀରରେ ରକ୍ତ କମ୍ ଥିବା ଜଣାପଡ଼ିଥିଲା । ଏରସମା ଥାନା ଅଞ୍ଚଳର ଏହି ନବବଧୂ ପ୍ରଥମେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତସତ୍ତ୍ୱା ଥିବା ଏହି ଯୁବତୀଙ୍କର ବିବାହ ଏରସମା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା । ତେବେ ଚତୁର୍ଥୀ ରାତିରେ ଅନ୍ତସତ୍ତ୍ୱା ଯୁବତୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।

ପ୍ରକୃତରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନା ନବବଧୂ ନିଜ ଶ୍ୱଶୁର ଘରେ ସନ୍ତାନ ପ୍ରସବ କରିଥିଲେ ସେ ସମ୍ବନ୍ଧରେ ପୁଲିସ ବା ଡାକ୍ତରଖାନା କର୍ତ୍ତୃପକ୍ଷ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି । ଅନ୍ୟପଟେ ଏକପ୍ରକାର ପ୍ରତାରିତ ହୋଇଥିବା ବର ଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇନାହିଁ । ବରଂ ନବବଧୂଙ୍କ ବାପା ଉକ୍ତ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେବା ଚର୍ଚ୍ଚାକୁ ଆସିଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button