ମହାନଗର

Aam Bus: ‘ଆମ ବସ୍‌’ ଦେଖିଲେ ଡର ଲାଗୁଛି: ୨ ବର୍ଷରେ ୬ ଶହ ଦୁର୍ଘଟଣା, ନେଲାଣି ୨୧ ମୁଣ୍ଡ

ରାଜ୍ୟବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଆରମ୍ଭ କଲେ। କିନ୍ତୁ ଏହି ସେବା ସରକାରଙ୍କ ପାଇଁ ବୁମେରାଂ ହେଲାଣି। ପ୍ରତିଦିନ କେଉଁଠି ନା କେଉଁଠି ‘ଆମ ବସ୍‌’ ଦୁର୍ଘଟଣା ସାମ୍ନାକୁ ଆସୁଛି।

ଭୁବନେଶ୍ବର: ରାଜ୍ୟବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଆରମ୍ଭ କଲେ। କିନ୍ତୁ ଏହି ସେବା ସରକାରଙ୍କ ପାଇଁ ବୁମେରାଂ ହେଲାଣି। ପ୍ରତିଦିନ କେଉଁଠି ନା କେଉଁଠି ‘ଆମ ବସ୍‌’ ଦୁର୍ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଲୋକଙ୍କ ମୁଣ୍ଡ ଗଡ଼ୁଛି ତ କେତେବେଳେ ଏହା ଲୋକଙ୍କୁ ପଙ୍ଗୁ କରିଦେଉଛି। ସ୍ଥିତି ଏପରି ହେଲାଣି ଯେ ଲୋକେ ‘ଆମ ବସ୍‌’ ଦେଖିଲେ ଡରୁଛନ୍ତି। ‘ଆମ ବସ୍‌’ କଥା ଉଠିଲେ ବିଗୁଡ଼ୁଛନ୍ତି। ସରକାରୀ ତଥ୍ୟ ବି କହୁଛି, ଘରୋଇ ବସ୍‌ ତୁଳନାରେ ‘ଆମ ବସ୍‌’ ଦୁର୍ଘଟଣା ବହୁ ଅଧିକ। ଗତ ୨ ବର୍ଷ ଭିତରେ ‘ଆମ ବସ୍‌’ ୬ଶହରୁ ଅଧିକ ଦୁର୍ଘଟଣା ଘଟାଇଛି। ଯେଉଁଥିରୁ କେବଳ ଭୁବନେଶ୍ବରରେ ୪୪୧ଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ୨୧ଜଣଙ୍କ ପ୍ରାଣ ନେଇଛି। ଅନେକ ଗୁରୁତର ହୋଇଛନ୍ତି ଓ ବିଭିନ୍ନ ଅଙ୍ଗ ହରାଇଛନ୍ତି। ତଥାପି ‘ଆମ ବସ୍‌’ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢ଼ିଚାଲିବା ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଅନଭିଜ୍ଞ ଚାଳକଙ୍କ କାରଣରୁ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି ବୋଲି ଅଭିଯୋଗ ହୋଇଆସୁଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନସଂପନ୍ନ ସୁପରିଚାଳନା ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ସତରେ ଏହା ଅତ୍ୟାଧୁନିକ ଜ୍ଞାନସଂପନ୍ନ ନା ଡାହା ମିଛ କହି ଲୋକଙ୍କୁ ଭଣ୍ଡାଯାଉଛି, ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି। ରାଜ୍ୟ ସରକାର ବି ଏହାର କାରଣ ଖୋଜିବାର ସମୟ ଆସିଛି ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି।

ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button