ବାଣିଜ୍ୟ

Jewellery store: ଇନ୍ଦ୍ରିୟା ଜୁଏଲାରିର ନୂଆ ଷ୍ଟୋର୍‌

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗହଣା ପ୍ରତିଷ୍ଠାନ ଇନ୍ଦ୍ରିୟା ଜୁଏଲାରି ପକ୍ଷରୁ ସହିଦନଗର ଜନପଥରେ ଏକ ନୂଆ ଷ୍ଟୋର୍‌ ଖୋଲାଯାଇଛି। ରାଜ୍ୟରେ ଏହା କମ୍ପାନିର ପଞ୍ଚମ ଷ୍ଟୋର୍‌।

ଭୁବନେଶ୍ବର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗହଣା ପ୍ରତିଷ୍ଠାନ ଇନ୍ଦ୍ରିୟା ଜୁଏଲାରି ପକ୍ଷରୁ ସହିଦନଗର ଜନପଥରେ ଏକ ନୂଆ ଷ୍ଟୋର୍‌ ଖୋଲାଯାଇଛି। ରାଜ୍ୟରେ ଏହା କମ୍ପାନିର ପଞ୍ଚମ ଷ୍ଟୋର୍‌। ନୂଆ ଷ୍ଟୋର୍‌ରେ ବିବାହ ଗହଣା, ପାର୍ବଣ କଲେକ୍ସନ, ସମସାମୟିକ ଡିଜାଇନ ଓ ହାଲୁକା ‌ଦୈନନ୍ଦିନ ପରିଧାନ କରାଯାଉଥିବା ଗହଣାର ୩୨,୦୦୦ରୁ ଅଧିକ ଡିଜାଇନର ବିସ୍ତୃତ ସମ୍ଭାର ରହିଛି।

ଇନ୍ଦ୍ରିୟା ପକ୍ଷରୁ କୁହାଯାଇଛି ଯେ ଏହା ବିଭିନ୍ନ ଶୈଳୀ, ଉତ୍ସବ ଓ ପସନ୍ଦ ଅନୁଯାୟୀ ଗହଣା ପ୍ରଦାନ କରୁଛି ଯାହା ଉଭୟ ପରମ୍ପରା ସହିତ ଜଡ଼ିତ ଓ ଆଧୁନିକ ଯୁଗ ପାଇଁ ମଧ୍ୟ ପ୍ରାସଙ୍ଗିକ। ଏହି ଅବସରରେ କମ୍ପାନିର ସିିଇଓ ସନ୍ଦୀପ କୋହଲି କହିଛନ୍ତି ଯେ ଭୁବନେଶ୍ବରରେ ଗହଣାକିଣିବା ବେଳେ ବିଶ୍ବାସ ସର୍ବଦା ଗୁରୁତ୍ବପୂର୍ଣ୍ଣ ହୋଇରହିଆସିଛି। ଆଜିର ଦିନରେ ବଦଳୁଥିବା ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଗହଣା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।

କିଛି ନୂଆ ଖୋଜୁଥିବା ବଧୂଙ୍କଠାରୁ ଆରମ୍ଭ କରି ପ୍ରାକୃତିକ ହୀରାରେ ନିବେଶକରିବାକୁ ଚାହୁଥିବା ଯୁବ ଚାକିରିଆ କିମ୍ବା ନିତିଦିନିଆ ଛୋଟ ଛୋଟ ସଫଳତାକୁ ସ୍ମରଣୀୟ କରୁଥିବା ଚାହୁଥିବା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପାରମ୍ପରିକ ଡିଜାଇନଠାରୁ କିଛି ଅଲଗା ଖୋଜୁଛନ୍ତି। ଇନ୍ଦ୍ରିୟାରେ ଆମେ ବାସ୍ତବିକତା ଓ ଅସାଧାରଣ କାରିଗରୀର ମୁଳଦୁଆ ଉପରେ ସମସ୍ତ ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ଆମ ଗହଣା କଲେକ୍ସନଗୁଡ଼ିକୁୁ ପ୍ରସ୍ତୁତ କରିଛୁ। ସହିନଗରରେ ଆମ ନୂଆ ଷ୍ଟୋର୍‌ ଆମ ଉପସ୍ଥିତିକୁ ଦୃଢ଼ କରିବ ଓ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ଇନ୍ଦ୍ରିୟା ଅନୁଭୂତି ପହଞ୍ଚାଇବ ବୋଲି ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button