ଦେଶ ବିଦେଶ

Iran war: ଜଳୁଛି ମଧ୍ୟପ୍ରାଚ୍ୟ: ଆମେରିକା ଲଗାତାର ନବମ ରାତିରେ ଇରାନ ଉପରେ ଆକ୍ରମଣ କଲା

ଆମେରିକା ଲଗାତାର ନବମ ରାତିରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ଆକ୍ରମଣରେ ମୃତ ଆମେରିକୀୟ ସୈନିକଙ୍କ ସ୍ମୃତିରେ, ସେମାନଙ୍କୁ ସମ୍ମାନ ଜଣାଇ ଇରାନ ଉପରେ ଆକ୍ରମଣ କରାଯାଉଛି।

ତେହେରାନ/ୱାସିଂଟନ: ଆମେରିକା ଲଗାତାର ନବମ ରାତିରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ଆକ୍ରମଣରେ ମୃତ ଆମେରିକୀୟ ସୈନିକଙ୍କ ସ୍ମୃତିରେ, ସେମାନଙ୍କୁ ସମ୍ମାନ ଜଣାଇ ଇରାନ ଉପରେ ଆକ୍ରମଣ କରାଯାଉଛି। ଅନ୍ୟପକ୍ଷରେ, ହର୍ମୁଜ୍ ପ୍ରଣାଳୀରେ ସଙ୍କଟ ଜାରି ରହିଛି। ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ ଏଜେନ୍ସି କହିଛି ଯେ, ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ପରେ ଏକ ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଓମାନର କୁମଜାରରୁ ପ୍ରାୟ ୮ ନଟିକାଲ୍ ମାଇଲ୍ ଉତ୍ତରପଶ୍ଚିମରେ ତେଲ ଟ୍ୟାଙ୍କରଟି ଥିବା କୁହାଯାଉଛି।

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ଦାବି କରିଛି ଯେ ଦକ୍ଷିଣ ହର୍ମୁଜ୍ ପ୍ରଣାଳୀ‌ରେ ସମୁଦ୍ର ମାଇନ୍ସ ବିସ୍ଫୋରଣରେ ଦୁଇଟି ତେଲ ଟ୍ୟାଙ୍କର୍ କ୍ଷତିଗ୍ରସ୍ତ ହୋଇଛି। ଟ୍ୟାଙ୍କର୍ ଦୁଇଟି ହର୍ମୁଜ୍ ଦେଇ ଯିବାକୁ ଚେଷ୍ଟା କରୁଥିଲେ। ଆମେରିକୀୟ ସେନା ଦ୍ୱାରା ସେମାନଙ୍କୁ ଏହି ରାସ୍ତା ବ୍ୟବହାର କରିବାକୁ ପ୍ରରୋଚିତ କରାଯାଇଥିଲା। ଆଇଆରଜିସି କହିଛି, ଯେପର୍ଯ୍ୟନ୍ତ ଏହି ଅଞ୍ଚଳରେ ଆମେରିକାର ଆକ୍ରମଣ ଜାରି ରହିବ, ସେପର୍ଯ୍ୟନ୍ତ ଏହି ଜଳପଥ ଅସୁରକ୍ଷିତ ରହିବ। ହର୍ମୁଜ୍ ବାଟେ ପେଟ୍ରୋକେମିକାଲ୍ ଉତ୍ପାଦ, ଗ୍ୟାସ୍‌ ଏବଂ ତେଲର ଏକ ବୁନ୍ଦା ମଧ୍ୟ ପରିବହନ କରିବାକୁ ଅନୁମତି ଦିଆଯିବ ନାହିଁ।

ବିଶ୍ୱକପ୍ ଫାଇନାଲ୍ ପରେ ୱାସିଂଟନ ଫେରିବା ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଆମେ ଆଜି ରାତିରେ ସେମାନଙ୍କ ଉପରେ ପୁଣି ଥରେ ଜୋରଦାର ଆକ୍ରମଣ କରିଛୁ। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ରବିବାର ବିଳମ୍ବିତ ରାତିରେ ଘୋଷଣା କରିଛି ଯେ ଏହା ଲଗାତାର ନବମ ରାତିରେ ଇରାନ ବିରୁଦ୍ଧରେ ଆକ୍ରମଣ କରିଛୁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି ଯେ, ହର୍ମୁଜ ପ୍ରଣାଳୀରେ ଇରାନ ବାଣିଜ୍ୟିକ ଜାହାଜ ଏବଂ ନାବିକ ଉପରେ ଆକ୍ରମଣ କରୁଛି। ଇରାନର ସାମରିକ କ୍ଷମତାକୁ ହ୍ରାସ କରିବା ପାଇଁ ଏହି ଆକ୍ରମଣ କରାଯାଇଥିଲା।

ବୁନ୍ଦାଏ ବି ତେଲ ଛାଡ଼ିବୁ ନାହିଁ ଧମକ ଦେଲା ଆଇଆରଜିସି

ଆମେରିକାର ଆକ୍ରମଣର କଡ଼ା ଜବାବ ଇରାନ ଦେଇଛି। କୁଏତ କହିଛି ଯେ, ଆମେ ଇରାନୀ ଡ୍ରୋନ୍ ଆକ୍ରମଣକୁ ରୋକିବାର ପ୍ରୟାସ କରୁଛୁ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ ସିରିଆରେ ଏକ ‘ଶତ୍ରୁ କମାଣ୍ଡ ସେଣ୍ଟର’ ଉପରେ ଆକ୍ରମଣ କରିଥିବା ଦାବି କରିଛି। ବାହାରିନର ଗୃହ ମନ୍ତ୍ରଣାଳୟ କହିଛି ଯେ, ଇରାନର ବିମାନ ଆକ୍ରମଣ ଯୋଗୁଁ ସତର୍କତା ସାଇରନ୍ ବାଜିଛି ଏବଂ ନାଗରିକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଛି। ଇରାନ କହିଛି, କୁଏତରେ ଦୁଇଟି ଆମେରିକୀୟ ଘାଟିକୁ ଟାର୍ଗେଟ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button