ରାଜ୍ୟ

Indravati: ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ: ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ଲକ୍ଷ୍ୟ

କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ବର୍ତ୍ତମାନ ୬୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେଉଛି। ଏହି ପାଣିକୁ ପୁଣି ଥରେ ପମ୍ପ ଦ୍ୱାରା ଉପରକୁ ନେଇ ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ଦେବେନ୍ଦ୍ର କୁମାର ବିଶି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ବର୍ତ୍ତମାନ ୬୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେଉଛି। ଏହି ପାଣିକୁ ପୁଣି ଥରେ ପମ୍ପ ଦ୍ୱାରା ଉପରକୁ ନେଇ ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହାଦ୍ବାରା ସମୁଦାୟ ୧୨ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେବ। ଏଥିପାଇଁ ଆବଶ୍ୟକ ହେଉଥିବା ୧୦୭.୫୯୬ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ ଗ୍ରାମସଭା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପର୍ଯ୍ୟନ୍ତ ୪୯ ଏକର ଘରୋଇ ଜମିରୁ ୧୬ ଏକର ଜମି ଅଧିଗ୍ରହଣ ସରିଛି। ସେହିଭଳି ମହୁଲପାଟଣା ଅଞ୍ଚଳରେ ୧୨ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଛି।

ବ୍ୟୟ ଅଟକଳ ୪ ହଜାର ୬୦ କୋଟି  
ଯାହା ନାଁରେ ଦୁର୍ନୀତି ତାକୁ ପ୍ରକଳ୍ପ କାମ 

ଗତ ଜୁନ୍‌ ୨୦ ତାରିଖରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜରୁ ଆଭାସୀ ଯୋଗେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଥମେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୩୫ ଶହ କୋଟି ଥିବାବେଳେ ବର୍ତ୍ତମାନ ଏହା ୪୦୬୦ କୋଟି ଟଙ୍କାରେ ପହଞ୍ଚିଛି। ପ୍ରକଳ୍ପ ନିମନ୍ତେ ଟେଣ୍ଡର୍‌ ପ୍ରକ୍ରିୟା ଚାଲିଥିବାବେଳେ ବିଜେଡି ଅମଳରେ ଜିଲ୍ଲାରେ ଆରମ୍ଭ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। ଜଳଯୋଗାଣ ପ୍ରକଳ୍ପ କାମ ନେଇଥିବା ହାଇଦ୍ରାବାଦର ମେଗା ଇନ୍‌ଫ୍ରା ସଂସ୍ଥା ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଉକ୍ତ ସଂସ୍ଥାକୁ ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ କାମ ପାଇଁ ଟେଣ୍ଡର୍‌ ଦେବାକୁ ମସୁଧା ଚାଲିଛି, ଯାହାକି ତଦନ୍ତ ସାପେକ୍ଷ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button