ରାଜ୍ୟ

Low Pressure Alert: ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧/୦୭: ଆସନ୍ତା ୨୨ ତାରିଖରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୪ ତାରିଖ ବା ବାହୁଡ଼ା ଯାତ୍ରା ଦିନ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ୨୨ ତାରିଖଠାରୁ ବର୍ଷା ବଢ଼ିପାରେ । ବାହୁଡ଼ା ଦିନ ପୁରୀରେ ଅଧିକ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ଡ. ଶରତ ସାହୁ ଏହି ଆକଳନ କରିଛନ୍ତି ।

ତାଙ୍କ ପୂର୍ବାନୁମାନ ଅନୁସାରେ, ଲଘୁଚାପ ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ୨୭ରୁ ୩୦ ଭିତରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ମାସ ଶେଷ ଯାଏ ବର୍ଷା ଲାଗି ରହିବ । ଏବେ ମୌସୁମୀ ଟ୍ରଫଲାଇନ୍ ସକ୍ରିୟ ଅଛି । ଏହା ପ୍ରଭାବରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବା ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ରହିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ଓ ୨୩ ତାରିଖରେ ଉତ୍ତର ଓଡ଼ିଶାରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୋମବାର କେନ୍ଦୁଝରରେ ୩୦.୬, ଟିଟିଲାଗଡ଼ରେ ୧୭, ପାରାଦୀପରେ ୨୫.୪ ମିମି ବର୍ଷା ରେକର୍ଡ ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button