ରାଜ୍ୟ

Sikkim Landslide: ଭୂସ୍ଖଳନରେ ୭ ଜଣଙ୍କର ମୃତ୍ୟୁ, ମିଥେନ ବ୍ଲାଷ୍ଟ ପରେ ସୁଡ଼ଙ୍ଗରେ ଫସିଥିଲେ ୨୭ ଶ୍ରମିକ

ସିକ୍କିମରେ ନିର୍ମାଣାଧୀନ ସୁଡ଼ଙ୍ଗରେ ଭୂସ୍ଖଳନ ଘଟି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ୨୦ ଜଣ ଫସି ରହିଛନ୍ତି । ଭଗ୍ନାବଶେଷ ଯୋଗୁଁ ସୁଡ଼ଙ୍ଗ ବନ୍ଦ ରହିଛି । କିଛି ଉଦ୍ଧାରକାରୀ ଚେତାଶୂନ୍ୟ ହୋଇ ପଡିଛନ୍ତି ।

ନୂଆଦିଲ୍ଲୀ,୨୧/୦୭: ସିକ୍କିମର ଏକ ନିର୍ମାଣାଧୀନ ସୁଡ଼ଙ୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି । ମିଥେନ ବ୍ଲାଷ୍ଟ ପରେ ଟନେଲ୍‌ରେ ୨୭ ଜଣ ଶ୍ରମିକ ଫସି ରହିଥିଲେ । ସେମାନଙ୍କ ଭିତରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ସୁଡଙ୍ଗର ପ୍ରବେଶ ଦ୍ୱାର ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯିହା ଫଳରେ ଶ୍ରମିକ ମାନେ ଭିତରେ ଫସି ଯାଇଥିଲେ । ନାମଚି ଜିଲ୍ଲାର ମାମରିଂରେ ଥିବା ସମରଡୁଙ୍ଗ ସୁଡଙ୍ଗରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଜିଲ୍ଲା ପ୍ରଶାସନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ।

ମିଥେନ୍ ଗ୍ୟାସ୍ ବଡ଼  ଚ୍ୟାଲେଞ୍ଜ– ଉଦ୍ଧାରକାରୀ ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି ସୁଡ଼ଙ୍ଗ ଭିତରେ ମିଥେନ୍ ଗ୍ୟାସ । ସୁଡ଼ଙ୍ଗ ଭିତରେ ଗ୍ୟାସ୍ ଥିବାରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହେଉଛି । ଅନେକ ଉଦ୍ଧାରକାରୀ ଭିତରକୁ ଯିବା ସମୟରେ ମୁଣ୍ଡ ବୁଲାଉଥିବା ଅନୁଭବ କରିଥିଲେ ଏବଂ କେତେକ ଅଚେତ ମଧ୍ୟ ହୋଇଯାଇଥିଲେ । ଯାହା ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିଥିଲା ।  ଭୂସ୍ଖଳନ ପରେ ମାଟି ଏବଂ ପଥର ସ୍ତର ବଦଳିବା ଯୋଗୁଁ ଗ୍ୟାସ ନିର୍ଗତ ହୋଇଥିବା ସୂଚନା ମିଳୁଛି। ସଂକୀର୍ଣ୍ଣ ସୁଡ଼ଙ୍ଗ ଏବଂ ଦୁର୍ବଳ ଦୃଶ୍ୟମାନତା ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପୁଲିସ ଏବଂ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୁଡ଼ଙ୍ଗରେ ପଟେଲ ଇଞ୍ଜିନିୟରିଂର ୨୧ ଏବଂ NHPCର ୬ ଜଣ ଶ୍ରମିକଙ୍କ ସମେତ ମୋଟ ୨୭ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରିଥିଲେ । ପଶ୍ଚିମବଙ୍ଗରୁ ଗ୍ୟାସ୍ ପ୍ରତିରୋଧୀ ଉପକରଣ ସହିତ ଏକ ସ୍ୱତନ୍ତ୍ର ଉଦ୍ଧାର ଦଳ ଆସିଛି ।

 

ଅଧିକାରୀଙ୍କ ଅନୁଯାୟୀ, ମିଥେନ ଗ୍ୟାସ, ସୀମିତ ସ୍ଥାନ ଏବଂ ସୁଡ଼ଙ୍ଗରେ ଆଲୋକୀକରଣର ଅଭାବ ଉଦ୍ଧାର କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ବର୍ତ୍ତମାନ ସର୍ବାଧିକ ପ୍ରାଥମିକତା ହେଉଛି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button