ଜିଲ୍ଲା

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ ମେଘୁଆ ସହ କଳାହାଣ୍ଡିଆ ମେଘ ଯୋଗୁ ଦିନତମାମ ସୂର୍ଯ୍ୟ ଦେଖିବାକୁ ମିଳୁନାହିଁ। ବର୍ଷା ଯୋଗୁ ଚାଷୀ ଭଉଣୀ ଭାଇଙ୍କ ମଧ୍ୟରେ ଉତ୍ସାହ ବଢିଛି। କିଏ ଧାନ ତଳି ଓପାଡ଼ିବାରେ ତ ଆଉ କିଏ ତଳି ରୋଇବାରେ ବ୍ୟସ୍ତ। ଆଉ ହଳଦୀ ଚାଷୀ ତାର ଜମିରେ ଘାସ ବାଛିବା ଓ ତାକୁ ସଜାଇବାରେ ବ୍ୟସ୍ତ। ଜରୁରୀ କାର୍ଯ୍ୟ ନ ଥିଲେ ଚାଷୀ ବଜାରକୁ ଆସୁ ନ ଥିବାବେଳେ କ୍ଷେତ କାମରେ ବ୍ୟସ୍ତ ରହୁଛନ୍ତି। ଚଳିତବର୍ଷର ଲଘୁଚାପ ଜନିତ ବର୍ଷାରେ ପନିପରିବା ଚାଷୀଙ୍କୁ କ୍ଷତି ପହଞ୍ଚାଇଥିବାବେଳେ ହଳଦୀ ଚାଷୀଙ୍କୁ ଯଥେଷ୍ଟ ଫାଇଦା ଦେଇଥିବା କୁହାଯାଉଛି। ଏବେ ହଳଦୀ ଓ ଧାନ କ୍ଷେତ ହସିବାରେ ଲାଗିଛି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button