ବାଣିଜ୍ୟ

BoB: ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିଷ୍ଠା ଦିବସ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ୧୧୯ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସାମାଜିକ କଲ୍ୟାଣମୂଳକ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ୧୧୯ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସାମାଜିକ କଲ୍ୟାଣମୂଳକ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ବିଷୟବସ୍ତୁ ‘ଲିଡିଂ ୱିଥ୍‌ ଟ୍ରଷ୍ଟ’ ଅନୁସାରେ କଳିଙ୍ଗନଗରସ୍ଥିତ ଏପିଜେ ଅବଦୁଲ କଲାମ ପାର୍କରେ ୧୧୯ଟି ଚାରାରୋପଣ କରାଯାଇଥିଲା।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଉପକୂଳପତି ପ୍ରଫେସର ଜ୍ୟୋସ୍ନା କେ ବି ରାଉତଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲା। ସତ୍ୟନଗରସ୍ଥିତ ମିଶନାରିଜ ଅଫ୍‌ ଚାରିଟିକୁ ଏକ ୱାଟର୍‌ ଫିଲ୍‌ଟର୍‌ ଦିଆଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଶରତ କୁମାର ପାଣିଗ୍ରାହୀ, ଭୁବନେଶ୍ବର କ୍ଷେତ୍ରୀୟ ମୁଖ୍ୟ ସତ୍ୟ ରଞ୍ଜନ ମହାପାତ୍ର ଓ କଟକ କ୍ଷେତ୍ରୀୟ ମୁଖ୍ୟ ଜ୍ୟୋତିର୍ମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button