ବାଣିଜ୍ୟ

RBI Loan Recovery Rules : ଋଣ ଅସୁଲ ନିୟମରେ ପରିବର୍ତ୍ତନ,ବିନା ନୋଟିସରେ ଆସିପାରିବେନି ଏଜେଣ୍ଟ

ନୂଆଦିଲ୍ଲୀ,୧୨ \୮:  ଋଣ ନେଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଲୋନ୍ ରିକଭରି ନିୟମରେ ପରିବର୍ତ୍ତନ ଆଣିଛି ଆରବିଆଇ । ଋଣ  ନେଇଥିବା ଗ୍ରାହକଙ୍କ ଲାଗି ଅସୁଲି ନିୟମରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ । ୨୦୨୭ ଜାନୁଆରୀ ପହିଲାରୁ  ଏହା ଲାଗୁ ହେବ । ଋଣ ଅସୁଲ  ସମୟରେ ଗ୍ରାହକଙ୍କୁ କରାଯାଇଥିବା ପ୍ରତାଡ଼ନା ଏବଂ ସମସ୍ୟାକୁ ଧ୍ୟାନରେ  ରଖି ଏଭଳି ପଦକ୍ଷେପ ଗ୍ରହଣ କରା ଯାଇଛି । ବ୍ୟାଙ୍କ ଏବଂ ରିକଭରି  ଏଜେଣ୍ଟମାନେ କିଭଳି ଋଣ ଗ୍ରହିତାଙ୍କ  ସହ ବ୍ୟବହାର କରିବେ ସେ ନେଇ ଏଥିରେ ଧ୍ୟାନ ରଖା ଯାଇଛି ।

ସୂଚନା ମୁତାବକ, ଏହାଦ୍ୱାରା ଋଣ  ରିକଭରି ଏଜେଣ୍ଟମାନେ ଗ୍ରାହକଙ୍କ ନିକଟକୁ ଆସିବା ପୂର୍ବରୁ ନିଶ୍ଚିତ  ପକ୍ଷେ ନୋଟିସ ଦେବେ । ସେହିଭଳି ଯେକୌଣସି ସମୟରେ କଲ୍‌  କରି ପାରିବେନି । ସକାଳ ୮ରୁ ସଂଧ୍ୟା  ୭ଟା ମଧ୍ୟରେ ହିଁ ଗ୍ରାହକଙ୍କୁ କଲ୍‌ କରିବା  ନିୟମ ରହିଛି । ଏହି ସମୟ ପରେ କଲ୍‌  କଲେ ଗ୍ରାହକଙ୍କ ସମ୍ମତି ଲୋଡ଼ା ପଡିବ ।  ଏଜେଣ୍ଟମାନେ ସମ୍ବେଦନଶୀଳ ରହିବାକୁ  ନିର୍ଦ୍ଦେଶ ରହିଛି । ଗ୍ରାହକଙ୍କୁ ଗାଳିଗୁଲଜ, ଡରାଇବା, ଧମକାଇବା ଭଳି କାର୍ଯ୍ୟରୁ  ନିବୃତ ରହିବେ ଏଜେଣ୍ଟ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button