ଦେଶ ବିଦେଶ
War: ହର୍ମୁଜରେ ଆକ୍ରମଣ ହେଲେ ଇରାନର ସେତୁ ଓ ପାୱାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ
ଇରାନ ଉପରେ ଆମେରିକାର କ୍ରମାଗତ ଏକାଦଶ ରାତିର ବିମାନ ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ ପ୍ରଣାଳୀରେ କୌଣସି ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର...

ୱାସିଂଟନ: ଇରାନ ଉପରେ ଆମେରିକାର କ୍ରମାଗତ ଏକାଦଶ ରାତିର ବିମାନ ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ ପ୍ରଣାଳୀରେ କୌଣସି ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର, ରକେଟ୍, ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଅସ୍ତ୍ରରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ, ପାୱାର ପ୍ଲାଣ୍ଟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ବୋମାମାଡ଼ କରି ଧ୍ବଂସ କରିଦେବ ବୋଲି ସେ କହିଛନ୍ତି। ଏପରିକି ରାଜଧାନୀ ତେହେରାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




