ରାଜ୍ୟ

Digital Forest Governance ପ୍ରଥମ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର ଲୋକାର୍ପିତ

ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର ଲୋକାର୍ପିତ ହୋଇଛି। ଏହା ରିଅଲ୍-ଟାଇମ୍ ବନ ନିରୀକ୍ଷଣ, ବନାଗ୍ନି ପରିଚାଳନା, GIS ମ୍ୟାପିଂ ଓ ଡିଜିଟାଲ୍ ବନ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ।

ଭୁବନେଶ୍ୱର: ଆଜି ରାଜ୍ୟର ପ୍ରଥମ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର (Integrated Forest Monitoring & Command Centre – IFMCC)ର ଲୋକାର୍ପିତ ହୋଇଛି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଯୁକ୍ତି-ନିର୍ଭର ବନ ପ୍ରଶାସନ ଏବଂ ନିରନ୍ତର ପ୍ରାକୃତିକ ସମ୍ପଦ ପରିଚାଳନା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ।

ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟରକୁ ଏକ କେନ୍ଦ୍ରୀଭୂତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ବିକଶିତ କରାଯାଇଛି, ଯାହା ରିଅଲ୍-ଟାଇମ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ସୁଗମ କରିବ। ଏଥିରେ ବିଭିନ୍ନ ଡିଜିଟାଲ୍ ବ୍ୟବସ୍ଥା ଓ ଜିଓସ୍ପେସିଆଲ୍ ପ୍ରଯୁକ୍ତିର ସମନ୍ୱୟ କରାଯାଇ ବନ ସୁରକ୍ଷା, କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରାଯିବ।

ଆଜି ଅରଣ୍ୟ ଭବନଠାରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ, ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଓଡ଼ିଶାର ବନ ସମ୍ପଦର ସଂରକ୍ଷଣ ଓ ନିରନ୍ତର ପରିଚାଳନା ପାଇଁ ସମୟୋପଯୋଗୀ ନିଷ୍ପତ୍ତି ଗ୍ରହଣରେ ସହାୟକ ହେବ।

ଏହି ଅବସରରେ ବିଭାଗର ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (OFMS) ଏବଂ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି-ଆଧାରିତ ପଦକ୍ଷେପଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ବନ ସୁରକ୍ଷା, ବୃକ୍ଷରୋପଣ, ବନାଗ୍ନି ପରିଚାଳନା, ପାଟ୍ରୋଲିଂ,  ଆସେଟ୍ ମ୍ୟାନେଜମେଣ୍ଟ, ଜିଓସ୍ପେସିଆଲ୍ ମ୍ୟାପିଂ, କ୍ଷତିପୂରକ ବନୀକରଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଏବଂ ନାଗରିକ ସେବାଗୁଡ଼ିକର ଅନଲାଇନ୍ ନିରୀକ୍ଷଣ ଏକୀକୃତ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇପାରୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button