Accident: ୧୬ ନଂ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍ କେବିନ୍ରେ ଫସିଲେ ଡ୍ରାଇଭର
୧୬ ନଂ ଜାତୀୟ ରାଜପଥର କେଶପୁର ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବାରୁ ଡ୍ରାଇଭର କେବିନ୍ ଭିତରେ ଫସି ରହିଥିଲେ।

ଖଲ୍ଲିକୋଟ: ୧୬ ନଂ ଜାତୀୟ ରାଜପଥର କେଶପୁର ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଅନ୍ୟ ଏକ ଟ୍ରକ୍ ଧକ୍କାଦେବାରୁ ଡ୍ରାଇଭର କେବିନ୍ ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଗ୍ୟାସ୍ କଟର୍ ସାହାଯ୍ୟରେ କେବିନ୍ କାଟି ତାଙ୍କୁ ଉଦ୍ଧାରକରିଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେଶପୁର ନିକଟରେ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍କୁ ଏହା ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ଟ୍ରକ୍ର ଡ୍ରାଇଭର କେବିନ୍ ଭିତରେ ଚାପି ହୋଇ ରହିଯାଇଥିଲେ।
ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର୍ ସାହାଯ୍ୟରେ କେବିନ୍ କାଟି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କ ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ସୌଜନ୍ୟ ସମ୍ବାଦ




