ରାଜ୍ୟ
Infosys: ଆଶିଷ କୁମାର ଦାଶ ଇନଫୋସିସର ନୂଆ ସିଇଓ
ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଲିଲ ପାରେଖ ନିଜ ପଦବୀରୁ ଓହରିଯିବା ନେଇ ଘୋଷଣା କରିଛନ୍ତି।

ବେଙ୍ଗାଲୁରୁ: ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଲିଲ ପାରେଖ ନିଜ ପଦବୀରୁ ଓହରିଯିବା ନେଇ ଘୋଷଣା କରିଛନ୍ତି। ୨୦୨୭ ଏପ୍ରିଲ ୧ରୁ ସେ ଏହି ଦାୟିତ୍ୱରୁ ଅବସର ନେବେ। ଏହା ସହିତ କମ୍ପାନୀର ବୋର୍ଡ ଆଶିଷ କୁମାର ଦାଶଙ୍କୁ ନୂଆ ସିଇଓ ଘୋଷଣା କରିଛି। ପରେଖ ଅବ୍ୟାହତି ନେବା ପରେ ଆଶିଷ ଦାୟିତ୍ୱ ଗ୍ରହଣ କରିବେ। ୨୦୧୮ ଜାନୁଆରିରେ ଇନଫୋସିସରେ ଯୋଗ ଦେଇଥିବା ପାରେଖ କମ୍ପାନିର ପ୍ରତିଷ୍ଠାତା ପରିବାର ବାହାରୁ ଆସି ସବୁଠାରୁ ଦୀର୍ଘ ସମୟ ଧରି ସିଇଓ ଅଛନ୍ତି।
ସୌଜନ୍ୟ ସମ୍ବାଦ




