Odisha medical colleges ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନୂତନ ପଦବିକୁ ମଞ୍ଜୁରି
ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ ପଦବିକୁ ମଞ୍ଜୁରି ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ଓ ବିଶେଷଜ୍ଞ ଚିକିତ୍ସା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

ବିଭିନ୍ନ ସୁପର ସ୍ପେଶିଆଲିଟି ବିଭାଗରେ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବି ମଞ୍ଜୁର
ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ୧୫୨ଟି ପ୍ରଫେସର, ସହଯୋଗୀ ପ୍ରାଧ୍ୟାପକ (ଆସୋସିଏଟ ପ୍ରଫେସର), ସହକାରୀ ପ୍ରାଧ୍ୟାପକ (ଆସିଷ୍ଟାଣ୍ଟ୍ ପ୍ରଫେସର), ବରିଷ୍ଠ ଆବାସିକ (ସିନିୟର ରେସିଡେଣ୍ଟ) ପଦବିଗୁଡ଼ିକ ଅନୁମୋଦିତ ହୋଇଛି ।
ମଞ୍ଜୁର ପଦବିଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ , ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ।
କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।
ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।
ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।
ବାଲେଶ୍ଵର ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ।
ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରକ୍ତ ଚିକିତ୍ସା ବିଭାଗ, ବୁର୍ଲ୍ଲା ସ୍ଥିତ ଭୀମସାର ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ, ଶଲ୍ୟ ଗ୍ୟାଷ୍ଟ୍ରଏଣ୍ଟ୍ରୋଲୋଜୀ ବିଭାଗ।
କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା।
ତାଳଚେର ସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ, ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ।
ସୌଜନ୍ୟ ସମ୍ବାଦ




