ରାଜ୍ୟ

Accident: ଦୁର୍ଘଟଣାରେ ୮ ଯାତ୍ରୀ ଆହତ, ଗୁରୁତର ହେଲପର କଟକ ସ୍ଥାନାନ୍ତର

ଯାଜପୁର ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟୀ ନିକଟସ୍ଥ କ୍ରିଷ୍ଣା ହୋଟେଲ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବସର ହେଲପରଙ୍କ ସମେତ ୮ ଜଣ ଯାତ୍ରୀ...

ଯାଜପୁର (ମନୋଜ କୁମାର ରାଉଳ): ଯାଜପୁର ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟୀ ନିକଟସ୍ଥ କ୍ରିଷ୍ଣା ହୋଟେଲ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବସର ହେଲପରଙ୍କ ସମେତ ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ହେଲପରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସନା ଟ୍ରଭେଲସ ବସ୍‌ (ଡବ୍ଲୁବି-୧୯ଏକ୍ସ-୯୭୮୬) ପଛପଟୁ ଏକ ଆଇଚର ଗାଡ଼ିକୁ ସାଇଡ୍ ମାରିଥିଲା। ଏହାପରେ ବସଟି ଭାରସାମ୍ୟ ହରାଇ ସମ୍ମୁଖରେ ଯାଉଥିବା ଏକ ଟ୍ରକ (ଓଡି-୦୪ଆର-୪୩୪୬)କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ ଓ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବସର ହେଲପରଙ୍କ ସମେତ ୮ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି।

ସ୍ଥାନୀୟ ଲୋକ ଓ ପୁଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇ ସମସ୍ତ ଆହତଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ହୋଇଥିବା ହେଲପରଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ପରିଚୟ ଜଣାପଡିନାହିଁ। ବସରେ ଅଧିକ ଯାତ୍ରୀ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିବା ଜଣାପଡ଼ିଛି। ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀମାନଙ୍କୁ ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button