ମନୋରଞ୍ଜନ

Lord Jagannath: ଓଡ଼ିଆ ସିନେମାରେ ପ୍ରଥମ ଜଗନ୍ନାଥ ଜଣାଣ

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ପରମ ଆରାଧ୍ୟ। ଆରାଧାନାର ଅନ୍ୟ ଏକ ମାଧ୍ୟମ ହେଲା ତାଙ୍କର ଭଜନ ବା ଜଣାଣ ଗାନ। ଏହି କଥାକୁ ମନରେ ରଖି ବହୁ ପ୍ରଯୋଜକ, ନିର୍ଦ୍ଦେଶକ ସେମାନଙ୍କ ସିନେମାରେ ଜଗନ୍ନାଥଙ୍କ ଜଣାଣ ରଖିଛନ୍ତି।

ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ପରମ ଆରାଧ୍ୟ। ଆରାଧାନାର ଅନ୍ୟ ଏକ ମାଧ୍ୟମ ହେଲା ତାଙ୍କର ଭଜନ ବା ଜଣାଣ ଗାନ। ଏହି କଥାକୁ ମନରେ ରଖି ବହୁ ପ୍ରଯୋଜକ, ନିର୍ଦ୍ଦେଶକ ସେମାନଙ୍କ ସିନେମାରେ ଜଗନ୍ନାଥଙ୍କ ଜଣାଣ ରଖିଛନ୍ତି। କେହି ପାରଂପାରିକ ଜଗନ୍ନାଥ ଭଜନ ଓ ଜଣାଣକୁ ସ୍ଥାନିତ କରିଛନ୍ତି ତ, ଆଉ କେତେକ ସେସମୟର ଗୀତିକାରଙ୍କ ଦ୍ବାରା ଗୀତ ଲେଖାଇଛନ୍ତି। ଏକ ଉ‌ଲ୍ଲେଖନୀୟ କଥା ହେଲା, ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଅଧିକାଂଶ ଗୀତସିନେମାର ସଫଳତା ପାଇଁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରିଛି ।

ଏବେ ଆସନ୍ତୁ ଜାଣିବା କେଉଁ ଓଡ଼ିଆ ଛବିରେ ପ୍ରଥମେ ଜଗନ୍ନାଥଙ୍କ ଜଣାଣ ସ୍ଥାନ ପାଇଥିଲା। ଚଳଚ୍ଚିତ୍ର ଇତିହାସକୁ  ଅବଲୋକନ କଲେ ଜଣାଯାଏ ଯେ, ୧୯୫୦ରେ ମୁକ୍ତିଲାଭ କରିଥିବା ରୂପଭାରତୀ ଲିମିଟେଡ ପ୍ରଯୋଜିତ  ‘ଶ୍ରୀଜଗନ୍ନାଥ’ର ‘ଚକାଡୋଳା କିମ୍ପା ଡକା କିମ୍ପା ଡକା ନଶୁଣ…’ହେଉଛି ପ୍ରଥମ ସର୍ବାଦୃତ ଜଗନ୍ନାଥ ଜଣାଣ । ଏହାର ଗୀତିକାର ବିନାୟକ ମିଶ୍ର  । ସେହି ଚଳଚ୍ଚିତ୍ରରେ ସ୍ଥାନିତ ‘ନୀଳସିନ୍ଧୁ ତୀରେ…’ମଧ୍ୟ ଏକ ଲୋକପ୍ରିୟ ଜଗନ୍ନାଥ ଭଜନ ଯାହାର ଗୀତିକାର ଥିଲେ ନିକୁଞ୍ଜ କିଶୋର ଦାସ  । ଏହି ଗୀତକୁ ସ୍ୱରାରୋପିତ କରିଥିଲେ ରଣଜିତ ରାୟ ।  ଉଭୟ ଗୀତରେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ କଣ୍ଠଦାନ କରିବା ସହିତ ଅଭିନୟ ମଧ୍ୟ କରିଥିଲେ । ଏଠାରେ ସୂଚନଯୋଗ୍ୟ ଯେ  ‘ଶ୍ରୀଜଗନ୍ନାଥ’ରେ ଗୋପାଳ ଘୋଷ, ଗୌର ଘୋଷ, ଚପଳା, ଏବଂ  ଗ୍ଲୋରିଆ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି

ପରେ ୧୯୭୯ରେ ପୁଣି ସମାନ କାହାଣୀକୁ ନେଇ ଡି ବିଜୟ ଭାସ୍କରଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥ’ ମୁକ୍ତିଲାଭ କରିଥିଲା। ଏହାର ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି। ତେବେ ଏଥିରେ ଅକ୍ଷୟ ମହାନ୍ତି ଓ ବିନୋଦିନୀ ଦେବୀ ଜଗନ୍ନାଥଙ୍କ ଉପରେ ଗୀତ ରଚନା କରିଥିଲେ, ଯାହା ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାର ଗୀତ ମଧ୍ୟରେ ସେ ତ ଭକତ ଭାବରେ ବନ୍ଧା.., ଅଧାଗଢ଼ା ଦିଅଙ୍କର ଦେଖ ଚକାଆଖିକୁ… ଓ କାଳିଆ ଆସିଲା ଆଦି ଆଜି ବି ଲୋକପ୍ରିୟ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button