Bahuda Yatra 2026: ମାଉସୀ ମା’ ମନ୍ଦିରରେ ମହାପ୍ରଭୁ ଖାଇବେ ପୋଡ଼ପିଠା; ଜାଣନ୍ତୁ ଏହାର ପରମ୍ପରା ଓ ମହତ୍ତ୍ୱ
ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏଥି ପାଇଁ ପୁରୀର ଶରଧାବାଲି ଉତ୍ସାବମୁଖର ହୋଇଉଠିଛି। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ।

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଏଥି ପାଇଁ ପୁରୀର ଶରଧାବାଲି ଉତ୍ସାବମୁଖର ହୋଇଉଠିଛି। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବେ ବୋଲି ବଡ଼ଦାଣ୍ଡରେ ଭକ୍ତମାନଙ୍କର ଉତ୍ସାହ କହିଲେ ନସରେ। କାଳିଆ ସାଆନ୍ତ ଯେତେବେଳେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରିବେ, ବାଟରେ ମାଉସୀ ଘରକୁ ଯିବେ। ମାଉସୀ ଘରେ ଖାଇବେ। ଏକ ସ୍ୱତନ୍ତ୍ର ଭୋଗ ପୋଡ଼ ପିଠା ଖାଇବେ। ପୋଡ଼ପିଠା ହେଉଛି ଓଡ଼ିଆ ସଂସ୍କୃତି, ଭକ୍ତି ଓ ପାରମ୍ପରିକ ରୋଷେଇର ଅନନ୍ୟ ପ୍ରତୀକ।
ଲୋକବିଶ୍ୱାସ ଅନୁସାରେ, ବାହୁଡ଼ା ଯାତ୍ରା ସମୟରେ ମାଉସୀ ମା’ଙ୍କ ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ। ଜନ୍ମବେଦିରୁ ରତ୍ନବେଦିକୁ ଫେରୁଥିବା ପୁଅ କାଳଆ, ବଡ଼ ଭାଇ ବଳରାମ ଓ ସୁନାନାକି ଝିଅ ସୁଭଦ୍ରାଙ୍କୁ ସ୍ନେହ ଓ ଆଦରର ସହିତ ମାଉସୀ ଏହି ପାରମ୍ପରିକ ପିଠା ପରିବେଷଣ କରଥାନ୍ତି।
କେମିତି ପ୍ରସ୍ତୁତ ହୋଇଥାଏ ପୋଡ଼ପିଠା?
ପୋଡ଼ ପିଠା ପ୍ରସ୍ତୁତି ପାଇଁ ଦରକାର ପଡ଼ିଥାଏ ଚାଉଳ, ବିରି ଡାଲି, ଗୁଡ଼, ନଡ଼ିଆ କୋରା, ଗୋଲମରିଚ, ଗୁଜୁରାତି ଓ ଘିଅ। ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ପୋଡ଼ପିଠା ପ୍ରସ୍ତୁତି। ତିନି ରଥ ମାଉସୀ ମା’ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଲେ ପୋଡ଼ପିଠା ଅର୍ପଣ କରାଯାଏ। ମାଉସୀ ମା’ଙ୍କ ସେବକମାନେ ପରମ ନିଷ୍ଠାର ସହ ପୋଡ଼ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରି ରହିଥାନ୍ତି। ଏହି ପିଠାର ସୁଗନ୍ଧ ଓ ସ୍ୱାଦ ଅତ୍ୟନ୍ତ ସ୍ୱତନ୍ତ୍ର। ହେରାପଞ୍ଚମୀରୁ ଚୂଲି ଅନୁକୂଳ କରାଯାଇଥାଏ। ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମ ଆଦିରେ ପ୍ରସ୍ତୁତ ହୋଇଥାଏ ପିଠୋଉ । ଏହାର ନାଁ ପୋଡ଼ପିଠା ହେଲେବି ଏହାକୁ କିନ୍ତୁ ପୋଡ଼ା ଯାଏନି। ବରଂ ଏହାକୁ ପାଗ କରି ସିଝାଇବା ପରେ ଘିଅରେ ଛଣାଯାଏ।
ସୌଜନ୍ୟ ସମ୍ବାଦ




