ଦେଶ ବିଦେଶ
Uttarpradesh: ଉତ୍ତରପ୍ରଦେଶରେ ବାଣ କାରଖାନାରେ ବିସ୍ଫୋରଣ: ୨ ମୃତ, ୨ ନିଖୋଜ
ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।

ସାହରନପୁର: ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।
ସୌଜନ୍ୟ ସମ୍ବାଦ




