ଦେଶ ବିଦେଶ

Uttarpradesh: ଉତ୍ତରପ୍ରଦେଶରେ ବାଣ କାରଖାନାରେ ବିସ୍ଫୋରଣ: ୨ ମୃତ, ୨ ନିଖୋଜ

ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।

ସାହରନପୁର: ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବାଣ କାରଖାନାରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା। ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ତଲାସି କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବାଣ କାରଖାନା ପାଖରେ ଲାଇସେନ୍ସ ଥିଲା କି ନାହିଁ ଓ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା କି ନାହିଁ ସେ ନେଇ ପୁଲିସ ତଦନ୍ତ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button