ଦେଶ ବିଦେଶ

Bangladesh : ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା

ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶୁକ୍ରବାର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ତାଙ୍କ ପଦବିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଶାହାବୁଦ୍ଦିନଙ୍କୁ ବିତାଡ଼ିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ସହଯୋଗୀ ଭାବେ ବିବେଚନା କରାଯାଏ।

ଢାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶୁକ୍ରବାର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ତାଙ୍କ ପଦବିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଶାହାବୁଦ୍ଦିନଙ୍କୁ ବିତାଡ଼ିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ସହଯୋଗୀ ଭାବେ ବିବେଚନା କରାଯାଏ। ଶାହାବୁଦ୍ଦିନ ମୁଖ୍ୟତଃ ଏପ୍ରିଲ ୨୦୨୩ ରୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପଦବିରେ ରହିଥିଲେ। ଏହି ସମୟ ମଧ୍ୟରେ ୨୦୨୪ ମସିହାରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ‌ଦେଖାଯାଇଥିଲା ଓ ହସିନାଙ୍କୁ ବାଂଲାଦେଶରୁ ପଳାୟନ କରିବାକୁ ପଡ଼ିଥିଲା। ହସିନା ସେବେଠାରୁ ଭାରତରେ ଅଛନ୍ତି।

ଶାହାବୁଦ୍ଦିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି‌ରେ କୁହାଯାଇଛି ଯେ, ଶାହାବୁଦ୍ଦିନ ଅଟୋନୋମିକ୍‌ ନ୍ୟୁରୋପାଥିରେ ପୀଡ଼ିତ। ଫଳରେ ସେ ମଝିରେ ମଝିରେ ଚେତା ହରାଇ ବସନ୍ତି। ତେବେ ହସିନା ବାଂଲାଦେଶ ଫେରିବାକୁ ଯୋଜନା କରୁଥିବାବେଳେ ଶାହାବୁଦ୍ଦିନଙ୍କ ଇସ୍ତଫା ପରେ ବାଂଲାଦେଶରେ ଉଚ୍ଚ ପଦବିରେ ତାଙ୍କର ଅନ୍ୟ କୌଣସି ସହଯୋଗୀ ନାହାନ୍ତି। ହସିନାଙ୍କ ଆୱାମୀ ଲିଗ୍‌ ପାର୍ଟିକୁ ନିଷିଦ୍ଧ କରାଯାଇଛି ଓ ତାଙ୍କ ସରକାରର ପତନ ପରଠାରୁ ଏହାର ଅନେକ ନେତା ଓ କର୍ମୀଙ୍କୁ ଜେଲ ପଠାଯାଇଛି କିମ୍ବା ସେମାନେ ଆତ୍ମଗୋପନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button