ଦେଶ ବିଦେଶ
Trump Tariff: ଇୟୁର ଜରିମାନା ପରେ ପ୍ରତିଶୋଧ ନେଲେ ଟ୍ରମ୍ପ: କଠୋର ବାଣିଜ୍ୟ ତଦନ୍ତ ନିର୍ଦ୍ଦେଶ ଜାରି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି।

ୱାସିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ସେ ଅନ୍ୟାୟକୁ ସହ୍ୟ କରିବେ ନାହିଁ। ୟୁରୋପୀୟ ସଂଘ ଆଣ୍ଟିଟ୍ରଷ୍ଟ ନିୟମ ଉଲ୍ଲଂଘନ କରିଥିବାରୁ ଗୁଗୁଲ ଉପରେ ୧ ବିଲିୟନ ଡଲାର ଜରିମାନା ଲାଗୁ କରିଛି। ଏନେଇ କ୍ରୋଧିତ ହୋଇ ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘ ଉପରେ ବାଣିଜ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୟୁରୋପୀୟ ସଂଘ ଆପଲ, ମେଟା ଏବଂ ଆମାଜନ ଭଳି ଆମେରିକୀୟ କମ୍ପାନିଗୁଡ଼ିକୁ ଟାର୍ଗେଟ କରୁଛି। ଆମେରିକା ଏବେ ଏହି ପକ୍ଷପାତପୂର୍ଣ୍ଣ ନୀତିର କଡ଼ା ଜବାବ ଦେବାକୁ ପ୍ରସ୍ତୁତ।
ସୌଜନ୍ୟ ସମ୍ବାଦ




