ଦେଶ ବିଦେଶ

Trump Tariff: ଇୟୁର ଜରିମାନା ପରେ ପ୍ରତିଶୋଧ ନେଲେ ଟ୍ରମ୍ପ: କଠୋର ବାଣିଜ୍ୟ ତଦନ୍ତ ନିର୍ଦ୍ଦେଶ ଜାରି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି।

ୱାସିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ସେ ଅନ୍ୟାୟକୁ ସହ୍ୟ କରିବେ ନାହିଁ। ୟୁରୋପୀୟ ସଂଘ ଆଣ୍ଟିଟ୍ରଷ୍ଟ ନିୟମ ଉଲ୍ଲଂଘନ କରିଥିବାରୁ ଗୁଗୁଲ ଉପରେ ୧ ବିଲିୟନ ଡଲାର ଜରିମାନା ଲାଗୁ କରିଛି। ଏନେଇ କ୍ରୋଧିତ ହୋଇ ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘ ଉପରେ ବାଣିଜ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୟୁରୋପୀୟ ସଂଘ ଆପଲ, ମେଟା ଏବଂ ଆମାଜନ ଭଳି ଆମେରିକୀୟ କମ୍ପାନିଗୁଡ଼ିକୁ ଟାର୍ଗେଟ କରୁଛି। ଆମେରିକା ଏବେ ଏହି ପକ୍ଷପାତପୂର୍ଣ୍ଣ ନୀତିର କଡ଼ା ଜବାବ ଦେବାକୁ ପ୍ରସ୍ତୁତ।

ବେଆଇନ ଏବଂ ଅନୈତିକ

ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟରେ ଇୟୁର କଠୋର କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ୟୁରୋପର ‘ପିଗି ବ୍ୟାଙ୍କ’ ନୁହେଁ, ଏବଂ ସେ ତାଙ୍କ କମ୍ପାନିଗୁଡ଼ିକୁ ଲୁଟିବାକୁ ଦେବେ ନାହିଁ। ଏଭଳି ଆଚରଣ ବେଆଇନ ଏବଂ ଅନୈତିକ। ଏନେଇ ଇୟୁକୁ ବହୁ ମୂଲ୍ୟ ଦେବାକୁ ପଡିବ। କମ୍ପାନିଗୁଡ଼ିକ ଉପରେ ଲାଗୁ ହୋଇଥିବା ସମସ୍ତ ଜରିମାନା ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିବାକୁ ସେ ତାଗିଦ୍ କରିଛନ୍ତି। ଆମେରିକା ଖୁବ୍ ଶୀଘ୍ର ୟୁରୋପୀୟ ସଂଘର ଉତ୍ପାଦଗୁଡ଼ିକ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ପଦକ୍ଷେପ ନେବ। ଏହି ପଦକ୍ଷେପ ୟୁରୋପୀୟ ସଂଘର ଅନ୍ୟାୟ ଭାବରେ ୮୯ କୋଟି ୟୁରୋ ଜରିମାନା ଲାଗୁ କରାଯିବାର ଜବାବରେ ନିଆଯିବ।

ଟ୍ରମ୍ପ ପ୍ରଶାସନ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୩୦୧ ଅନୁଯାୟୀ ୟୁରୋପୀୟ ସଂଘ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନଗୁଡ଼ିକୁ କଡ଼ାକଡ଼ି ଲାଗୁ କରୁଛି। ଏହି ଧାରା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଅନୁଚିତ ନୀତି ଥିବା ଯେକୌଣସି ଦେଶ ବିରୋଧରେ ଆମଦାନି ଶୁଳ୍କ ଏବଂ ଅନ୍ୟାନ୍ୟ କଟକଣା ଲଗାଇପାରିବେ। ୟୁରୋପୀୟ ସଂଘ ଅଭିଯୋଗ କରିଥିଲା ​​ଯେ ଗୁଗୁଲ ଡିଜିଟାଲ୍ ପ୍ରତିଯୋଗିତାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି। ତେବେ ଆମେରିକା ଏବେ ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ୟୁରୋପୀୟ ସଂଘକୁ କଡ଼ା ଜବାବ ଦେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button