ରାଜ୍ୟ

ଶେଫାଳି ପାହାଡ଼ ଦୁର୍ଘଟଣା ; ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ସ୍କୁଟି, ୩ ମୃତ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଶେଫାଳି ପାହାଡ଼ ମନ୍ଦିର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣେ ଯୁବତୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଭଦ୍ରକ ଜିଲ୍ଲା ଅଞ୍ଚଳର ଯୁବତୀ ସସ୍ମୀତା ପଣ୍ଡା ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶମ୍ବୁଂନାଥ ଦାସ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଆହତ ବ୍ୟକ୍ତି ଜଣକ ପରିଚୟ ମିଳି ପାରିନଥିବା ବେଳେ କଲକାତା ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ସସ୍ମୀତା ପଣ୍ଡା ଦୀର୍ଘ ବର୍ଷ ହେଲା ଗୁଣପୁର ଅଞ୍ଚଳରେ ରହି ସ୍ଥାନୀୟ ଅଞ୍ଚଳର କୁନି କୁନି ଛୁଆଁଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ। ସସ୍ମୀତାଙ୍କ ଇ ମାର୍ଟ ଭାରତୀୟ କଳା ଓ ସଂସ୍କୃତି କେନ୍ଦ୍ର ନାମରେ ଏକ ନୃତ୍ୟ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ଉକ୍ତ ନୃତ୍ୟ ଶିକ୍ଷାନୁଷ୍ଠାନକୁ ଶମ୍ବୁଂନାଥ ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ଇନ୍ସପେକସେନ କାମରେ ଆସିଥିଲେ। ତେବେ ଗତକାଲି ରାତ୍ର ସମୟରେ ମୃତ ସସ୍ମୀତା ପଣ୍ଡା, ଶମ୍ବୁଂନାଥ ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ସ୍କୁଟି ଯୋଗେ ଗୁଣପୁର ଶେଫାଳି ପାହାଡ଼ ସ୍ଥିତ ଶୈବ ପୀଠକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଫେରିବା ସମୟରେ ହଠାତ୍ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶମ୍ବୁନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ସସ୍ମୀତା ପଣ୍ଡାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଆହତ ସୁକୁମାର ଭୂୟାଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁଣପୁର ପୁଲିସ ଘଟନାର ତଦନ୍ତ ଜାରି ରଖିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button