ଦେଶ ବିଦେଶ

Netanyahu: ମାମଦାନି ଘୃଣା ଭାବନା ସୃଷ୍ଟି କରୁଛନ୍ତି: ଆଇସିସି ଅଭିଯୋଗକୁ ଭିତ୍ତିହୀନ କହିଲେ ନେତାନ୍ୟାହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ନ୍ୟୁୟର୍କ ମେୟର ଜୋହରାନ ମାମଦାନି ଘୃଣା ଭାବନା ସୃଷ୍ଟି କରୁଛନ୍ତି। ମାମଦାନି ତାଙ୍କୁ ଯୁଦ୍ଧ ଅପରାଧୀ କହିଛନ୍ତି। ଯଦି ଜାତିସଂଘ ସାଧାରଣ ସଭା ପାଇଁ ନେତତାନ୍ୟାହୁ ନ୍ୟୁୟର୍କ ସହରକୁ ଆସନ୍ତି ତେବେ ତାଙ୍କୁ ଗାଜା ଯୁଦ୍ଧ ପାଇଁ ଗିରଫ କରାଯିବ।

ଜେରୁସାଲେମ:ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ନ୍ୟୁୟର୍କ ମେୟର ଜୋହରାନ ମାମଦାନି ଘୃଣା ଭାବନା ସୃଷ୍ଟି କରୁଛନ୍ତି। ମାମଦାନି ତାଙ୍କୁ ଯୁଦ୍ଧ ଅପରାଧୀ କହିଛନ୍ତି। ଯଦି ଜାତିସଂଘ ସାଧାରଣ ସଭା ପାଇଁ ନେତତାନ୍ୟାହୁ ନ୍ୟୁୟର୍କ ସହରକୁ ଆସନ୍ତି ତେବେ ତାଙ୍କୁ ଗାଜା ଯୁଦ୍ଧ ପାଇଁ ଗିରଫ କରାଯିବ ବୋଲି ମାମଦାନି ଚେତାବନୀ ଦେଇଥିଲେ। ନେତାନ୍ୟାହୁ କହିଛନ୍ତି ଯେ, ମତେ ସ୍ୱାଗତ କରାଯିବ ନାହିଁ ବୋଲି ମାମଦାନି କହିବା ସତ୍ତ୍ବେ ମୁଁ ସେପ୍ଟେମ୍ବରରେ ବିଶ୍ୱ ନେତାମାନଙ୍କର ବାର୍ଷିକ ଜାତିସଂଘ ବୈଠକରେ ଭାଷଣ ଦେବା ପାଇଁ ନ୍ୟୁୟର୍କ ଗସ୍ତ କରିବାକୁ ଇଚ୍ଛୁକ। ଫକ୍ସ ନ୍ୟୁଜ୍ ଚ୍ୟାନେଲର ‘ସଣ୍ଡେ ମର୍ଣ୍ଣିଂ ଫ୍ୟୁଚର୍ସ’ରେ ମାରିଆ ବାର୍ଟିରୋମୋଙ୍କ ସହ କଥାବାର୍ତ୍ତା କରି ନେତାନ୍ୟାହୁ କହିଛନ୍ତି,ସେ ସମସ୍ତ ନ୍ୟୁୟର୍କବାସୀଙ୍କର ମେୟର ଭଳି ମନୋଭାବ ରଖିବା ଉଚିତ୍। ସେ ସହରରେ ବାସ କରୁଥିବା ଇହୁଦୀ, ଖ୍ରୀଷ୍ଟିଆନ, ମୁସଲମାନ ସମସ୍ତଙ୍କର ମେୟର। କିନ୍ତୁ ସେ ଗୋଟିଏ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧରେ ଠିଆ କରିବାକୁ ଚେଷ୍ଟା କରୁଛନ୍ତି। ନେତାନ୍ୟାହୁ ତାଙ୍କ ବିରୋଧରେ ଆନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)ର ଯୁଦ୍ଧ ଅପରାଧ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି। ସେ ନିଜ ପଦବୀରୁ ହଟିଥିବା ଆଇସିସିର ସର୍ବୋଚ୍ଚ ପବ୍ଲିକ ପ୍ରସିକ୍ୟୁଟରଙ୍କ ବିରୋଧରେ ଯୌନ ଅସଦାଚରଣ ଅଭିଯୋଗକୁ ଇଙ୍ଗିତ କରି କହିଛନ୍ତି,ଜାରି ହୋଇଥିବା ଗିରଫ ପରୱାନା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ପ୍ରୟାସ ଥିଲା। ନେତାନ୍ୟାହୁ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଆମେରିକାରେ ଦୁଇ ରାଜନୈତିକ ଦଳ ପକ୍ଷରୁ ଇସ୍ରାଏଲକୁ କରାଯାଉଥିବା ସମର୍ଥନ ସଙ୍କଟରେ ରହିଛି। ବିଶେଷକରି ଦଳ ଭିତରେ ବାମପନ୍ଥୀ ଡେମୋକ୍ରାଟମାନେ ମାମଦାନି ଗୋଷ୍ଠୀ ସହିତ ମିଳିତ ହେବାରେ ଲାଗିଛନ୍ତି। ସେ ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ବୃଦ୍ଧି ପାଉଥିବା ଇହୁଦୀ ବିରୋଧୀ ଆଭିମୁଖ୍ୟ ବିଷୟରେ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସେ ନ୍ୟୁୟର୍କ ସହରରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଇହୁଦୀ ଜନସଂଖ୍ୟା ଅଛନ୍ତି।

ନ୍ୟୁୟର୍କରେ ନେତାନ୍ୟାହୁଙ୍କୁ ସ୍ୱାଗତ କରାଯିବ ନାହିଁ

ସୂଚନାଯୋଗ୍ୟ,ଗତ ବର୍ଷ ତାଙ୍କ ମେୟର ପ୍ରଚାର ସମୟରେ, ମାମଦାନି କହିଥିଲେ ଯେ ସେ ଗାଜା ଯୁଦ୍ଧରେ ନେତାନ୍ୟାହୁଙ୍କ ଭୂମିକା ପାଇଁ ଆଇସିସି ଦ୍ବାରା ଜାରି ହୋଇଥିବା ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ପାଇଁ ସହରର ପୁଲିସକୁ ନିର୍ଦ୍ଦେଶ ଦେବାକୁ ଚେଷ୍ଟା କରିବେ। କିନ୍ତୁ ଗତ ସପ୍ତାହରେ, ମାମଦାନି ସ୍ୱୀକାର କରିଥିଲେ ଯେ ତାଙ୍କ ସହରର ନେତାନ୍ୟାହୁଙ୍କୁ ଗିରଫ କରିବାର ଆଇନଗତ ଅଧିକାର ନାହିଁ। ଏନେଇ ସେ ସଂଘୀୟ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ନ୍ୟୁୟର୍କ ସହରରେ ନେତାନ୍ୟାହୁଙ୍କୁ ସ୍ୱାଗତ କରାଯିବ ନାହିଁ। ମୁକ୍ତ ଭାବରେ ବୁଲୁଥିବା ଅନ୍ୟ କୌଣସି ଯୁଦ୍ଧ ଅପରାଧୀଙ୍କୁ ମଧ୍ୟ ସ୍ୱାଗତ କରାଯିବ ନାହିଁ। ସେ ନ୍ୟୁୟର୍କବାସୀଙ୍କୁ କହିଥିଲେ ଯେ ସେ ସେମାନଙ୍କ ନିରାଶାକୁ ବୁଝିପାରୁଛନ୍ତି ଏବଂ ସହର ସର୍ବଦା ପ୍ରତିବାଦକୁ ସମ୍ମାନ ଦେବ। ହେଗ ସ୍ଥିତ କୋର୍ଟ ନେତାନ୍ୟାହୁ, ତାଙ୍କର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଦିବଂଗତ ହମାସ ନେତାଙ୍କୁ ମାନବତା ବିରୋଧୀ ଅପରାଧରେ ଅଭିଯୁକ୍ତ କରିଛି। ପାଲେଷ୍ଟାଇନୀ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲୀ ଆକ୍ରମଣରେ ୭୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ଅଧା ମହିଳା ଏବଂ ଶିଶୁ ଅଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button