ଦେଶ ବିଦେଶ

Mohd.Junaid: ଆନ୍ଦୋଳନକାରୀଙ୍କୁ ଖାଦ୍ୟ ଓ ପାଣି ଯୋଗାଇଥିବା ମହମ୍ମଦ ଜୁନୈଦଙ୍କ ଅଭିଯୋଗ: ପୁଲିସ ତାଙ୍କୁ ଅଟକ ରଖିବା ସହ ପରିବାରକୁ ହଇରାଣ କରିଥିଲା

ନିଟ୍‌ ପେପର ଲିକ୍‌କୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ହୋଇଥିବା ସିଜେପି ଆନ୍ଦୋଳନରେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ମହମ୍ମଦ ଜୁନୈଦଙ୍କ ଅଭିଯୋଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି।

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌କୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ହୋଇଥିବା ସିଜେପି ଆନ୍ଦୋଳନରେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ମହମ୍ମଦ ଜୁନୈଦଙ୍କ ଅଭିଯୋଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଗାଜିଆବାଦର ବାସିନ୍ଦା ଜୁନୈଦ ଅଭିଯୋଗ କରିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବା କାରଣରୁ ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖିଥିଲା। ଏତେ ମାଗଣା ଖାଦ୍ୟ ଓ ପାଣି ଯୋଗାଇବା ପାଇଁ ସେ ପାଣ୍ଠି କେଉଁଠୁ ପାଉଥିଲେ ବୋଲି ପୁଲିସ ତାଙ୍କୁ ପଚାରିଥିଲା। ଏହା ସହିତ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ତାଙ୍କ ଘରେ ପୁଲିସ ଚଢ଼ଉ କରି ପରିବାର ସଦସ୍ୟଙ୍କୁ ହଇରାଣ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଗାଜିଆବାଦ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଜୁନୈଦ କହିଛନ୍ତି, ଜୁଲାଇ ୨୪ ରାତିରେ ନିଜକୁ ଦିଲ୍ଲୀ ପୁଲିସ ବୋଲି ପରିଚୟ ଦେଇଥିବା କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଆଖିରେ ପଟି ବାନ୍ଧି ପଚରାଉଚରା କରିଥିଲେ। ପରେ ତାଙ୍କୁ ମସୁରୀ ନିକଟରେ ଛାଡ଼ି ଦିଆଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପରେ ଗାଜିଆବାଦରେ ଥିବା ତାଙ୍କ ଘରେ ପୁଲିସ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା ଏବଂ କିଛି ଦସ୍ତାବିଜ ନେଇଥିଲା। ସେ ମେରଠରେ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ହଇରାଣ କରାଯାଇଥିବା ଅଭିଯୋଗ କରିଛନ୍ତି।

ତେବେ ଗାଜିଆବାଦ ଗ୍ରାମାଞ୍ଚଳ ଜୋନ୍‌ର ଡିସିପି ସୁରେନ୍ଦ୍ରନାଥ ତିୱାରୀ କହିଛନ୍ତି ଯେ, ଜୁନୈଦଙ୍କ ବାପା ମୁସ୍ତାଫାଙ୍କୁ ମସୁରୀ ଥାନାକୁ କେବଳ ସାଧାରଣ ପଚରାଉଚରା ପାଇଁ ଡକାଯାଇଥିଲା। ତାଙ୍କୁ ଗିରଫ କରାଯାଇ ନଥିଲା ଏବଂ ପଚରାଉଚରା ପରେ ସେ ଘରକୁ ଫେରିଯାଇଥିଲେ। ମୁସ୍ତାଫା ମଧ୍ୟ ଏକ ଭିଡିଓ ଜାରି କରି ଥାନାକୁ ଡକାଯାଇଥିବା ଓ ପରେ ଛାଡ଼ି ଦିଆଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ, ମେରଠ ପୁଲିସ ମଧ୍ୟ ଜୁନୈଦଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସ୍ପଷ୍ଟ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button