POK: ପିଓକେରେ ବଡ଼ଧରଣର ପ୍ରତିବାଦ: ଆଲୋଚନା ବିଫଳ ପରେ ମୁଜାଫରାବାଦକୁ ପ୍ରତିବାଦକାରୀଙ୍କ ପଦଯାତ୍ରା
ପାକ୍-ଅଧିକୃତ କାଶ୍ମୀରରେ ସୋମବାର ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଯୁଗ୍ମ ଆୱାମୀ କାର୍ଯ୍ୟାନୁଷ୍ଠାନ କମିଟି (ଜେଏଏସି) ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପ୍ରତିବାଦକାରୀ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା କରିଥିଲେ

ଇସଲାମାବାଦ: ପାକ୍-ଅଧିକୃତକାଶ୍ମୀରରେ ସୋମବାର ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଯୁଗ୍ମ ଆୱାମୀ କାର୍ଯ୍ୟାନୁଷ୍ଠାନ କମିଟି (ଜେଏଏସି) ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପ୍ରତିବାଦକାରୀ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା କରିଥିଲେ। ଉତ୍ତେଜନାକୁ ଲକ୍ଷ୍ୟ କରି ଦୁଇଟି ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ପବ୍ଲିକ୍ ଆକ୍ସନ କମିଟି (ପିଏସି) ନେତୃତ୍ୱରେ ଚାଲିଥିବା ଧାରଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ସୁଧନୋଟି ଓ ରାୱାଲାକୋଟ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣକୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ସପ୍ତାହେ ଧରି ଚାଲିଥିବା ଆନ୍ଦୋଳନ ଜନଜୀବନକୁ ପ୍ରଭାବିତ କରୁଥିବାବେଳେ ନିର୍ବାଚନ ପ୍ରକ୍ରିୟାରେ ଅନିଶ୍ଚିତତା ସୃଷ୍ଟି କରୁଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି। ପ୍ରତିବାଦକାରୀ କହିଛନ୍ତି ଯେ, କର୍ତ୍ତୃପକ୍ଷ ଅଟକ କର୍ମକର୍ତ୍ତାଙ୍କୁ ମୁକ୍ତ କରିବା, ପ୍ରତିବାଦକାରୀଙ୍କ ବିରୋଧରେ ଆପରାଧିକ ମାମଲା ପ୍ରତ୍ୟାହାର କରିବା ଓ କମିଟିର ମୂଳ ଦାବିଗୁଡ଼ିକ ସହିତ ସହମତ ନ ଥିଲେ। ଆଲୋଚନା ବିଫଳ ହେବା ପରେ ଜେଏଏସି ଚରମବାଣୀ ଜାରି କରି ୨୭ ଜୁଲାଇ ଦିନ ୧ଟା ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ କହିଥିଲା। ସରକାର ଯଦି ସେମାନଙ୍କ ଦାବି ଗ୍ରହଣ ନ କରନ୍ତି ହଜାର ହଜାର ସମର୍ଥକ ରାୱାଲାକୋଟରୁ ମୁଜାଫରାବାଦ ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି କହିଥିଲା।
ସୌଜନ୍ୟ ସମ୍ବାଦ




