ମହାନଗର

Murder: ପରକ୍ରିୟାପ୍ରୀତି ପାଇଁ ଗଡ଼ିଲା ମୁଣ୍ଡ: ପତ୍ନୀଙ୍କ ତଣ୍ଟିକାଟି ହତ୍ୟାକଲା ସ୍ବାମୀ

ପରକ୍ରିୟାପ୍ରୀତି ପାଇଁ ତୁଚ୍ଛ ହେଲା ୯ବର୍ଷର ବୈବାହିକ ଜୀବନ। ପ୍ରଥମେ ନିସ୍ତୁକ ମାଡ଼ ମାରିଲା, ପାଟିରେ ବିଷ ପୂରାଇ ଛୁରିରେ ବେକ ଓ ହାତକୁ କାଟି ଅତି ବୀଭତ୍ସ ଭାବେ ହତ୍ୟା କରି ଘର ବାହାରୁ ତାଲା ପକାଇ ଫେରାର ହୋଇଗଲା ସ୍ବାମୀ।

ଭୁବନେଶ୍ବର: ପରକ୍ରିୟାପ୍ରୀତି ପାଇଁ ତୁଚ୍ଛ ହେଲା ୯ବର୍ଷର ବୈବାହିକ ଜୀବନ। ପ୍ରଥମେ ନିସ୍ତୁକ ମାଡ଼ ମାରିଲା, ପାଟିରେ ବିଷ ପୂରାଇ ଛୁରିରେ ବେକ ଓ ହାତକୁ କାଟି ଅତି ବୀଭତ୍ସ ଭାବେ ହତ୍ୟା କରି ଘର ବାହାରୁ ତାଲା ପକାଇ ଫେରାର ହୋଇଗଲା ସ୍ବାମୀ। ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ଚେକେଇସିଆଣି ସାହୁ କଲୋନିରେ। ମୃତ ମହିଳା ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ମନିକା ଜେନା(୨୮)। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଓ ସାଇଣ୍ଟିଫିକଟ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ସେଠାରୁ ନମୁନା ସଂଗ୍ରହ ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଛି। ଅପରପକ୍ଷେ ଫେରାର ଉଦ୍ୟମ କରି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ସ୍ବାମୀକୁ ପୁଲିସ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନା ମୁତାବକ, ପାଖାପାଖି ୯ବର୍ଷ ତଳେ ନୟାଗଡ଼ ଅଞ୍ଚଳର ପ୍ରଦୀପ ଜେନାଙ୍କ ସହ ମନିକାଙ୍କ ବିବାହ ହୋଇଥିଲା। ପ୍ରଦୀପ ଚେନ୍ନାଇରେ ରହୁଥିବା ବେଳେ ମନିକା ଶାଶୂଘରେ ରହୁଥିଲେ।  ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ଏନେଇ ମନିକା ବାପଘର ଲୋକଙ୍କୁ ଜଣାଇବା ପରେ ଭୁବନେଶ୍ବରରେ ରହୁଥିବା ପରିବାର ଲୋକେ ତାଙ୍କୁ ଏଠାକୁ ନେଇ ଆସିଥିଲେ। ହେଲେ ପ୍ରଦୀପ ଶ୍ବଶୂର ଘରକୁ ଆସି ବୁଝାସୁଝା କରି ପତ୍ନୀଙ୍କୁ ଚେନ୍ନାଇ ନେଇଯାଇଥିଲା। ସେଠାରେ ବି ପ୍ରଦୀପର ସ୍ବଭାବ ପରିବର୍ତ୍ତନ ହୋଇ ନଥିଲା। ତାର ନିର୍ଯାତନା ସୀମା ଟପିବା ପରେ ମନିକା ସେଠାରୁ ଲୁଚି ପଳାଇ ଆସିଥିଲେ। ସେବେଠାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢ଼ିଥିଲା। ଆଉ ଏହି ସମୟ ମଧ୍ୟରେ ପ୍ରଦୀପ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲା। ତାଙ୍କୁ ବିବାହ କରିବା ପାଇଁ ଯୋଜନା କରିଥିଲା। ହେଲେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେଇ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବିଭିନ୍ନ ସମୟରେ ପଦୀପ ଫୋନ୍‌କରି ମନିକାଙ୍କୁ ହତ୍ୟା ଧମକ ଦେଉଥିଲା। ଯେମିତି ହେଲେ ମନିକାଙ୍କୁ ରାସ୍ତାରୁ ହଟାଇବାକୁ ପଡ଼ିବ ବୋଲି ଯୋଜନା କରିଥିଲା। ତେଣୁ ‌ସେ ବି ରାଜଧାନୀ ଚାଲିଆସି ପଟିଆ ଅଞ୍ଚଳରେ ଘରଭଡ଼ା ନେଇ ରହିବା ସହ ମନିକାଙ୍କ ଉପରେ ନଜର ରଖିଥିଲା। ମନିକା ପରିବାର ସହ ରହୁଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପ୍ରଦୀପ ପାଇଁ ସହଜ ହୋଇନଥିଲା।  ଆଜି ଅପରାହ୍ଣରେ ମନିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ପ୍ରଦୀପ ସେଠାକୁ ଯାଇ ମନିକାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ପରେ  ଘର ବାହାରୁ ତାଲା ପକାଇ ଫେରାର୍‌ ହୋଇଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button