Sarvodaya Sankalp Camp ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସର୍ବୋଦୟ ସଙ୍କଳ୍ପ ଶିବିର
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଓଳାଶୁଣୀରେ ଦୁଇ ଦିନିଆ ସର୍ବୋଦୟ ସଙ୍କଳ୍ପ ଶିବିର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଆଇସିସି ଓ ଓଡ଼ିଶା କଂଗ୍ରେସର ନେତାମାନେ ପଞ୍ଚାୟତ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା, ଶୃଙ୍ଖଳା ବଜାୟ ରଖିବା ଓ ଗ୍ରାମ ସ୍ୱରାଜକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଚଣ୍ଡିଖୋଲ(ଭକ୍ତ ସାହୁ): ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଓଡ଼ିଶା ପକ୍ଷରୁ ଆଜି (ବୁଧବାର) ଓଳାଶୁଣୀ ଗୁମ୍ଫା ପାହାଡ଼ ସ୍ଥିତ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ସର୍ବୋଦୟ ସଙ୍କଳ୍ପ ଶିବିର ଓ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଉପ ସଭାପତି ହରିବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଲାଲଜୀ ଦେଶାଇ ଯୋଗଦେଇ ସ୍ୱଚ୍ଛ ଗ୍ରାମ ଗଠନ କରିବା ପାଇଁ ସର୍ବଦା ଚେଷ୍ଟା କରିବା ସହିତ ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ଠିକଣା ଭାବେ ପରିଚାଳନା ପାଇଁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ମନ୍ତ୍ରୀ ଶରତ ରାଉତ ପ୍ରମୁଖ ଯୋଗଦେଇ ଯଦି ସଂଗଠନକୁ ଆଗକୁ ନେବାର ଅଛି ତେବେ ତୃଣମୂଳ ସ୍ଥରରୁ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରାଜୀବ ଗାନ୍ଧୀ ପଞ୍ଚାୟତ ସଙ୍ଗଠନ ଜାତୀୟ ଉପସଭାପତି କୁନାଲ ବାନାର୍ଜୀ,ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଓଡ଼ିଶା ସେବା ଦଳ ସଭାପତି ଶୁଭେନ୍ଦୁ ମହାନ୍ତି, ଯାଜପୁରଜିଲ୍ଲା କଂଗ୍ରେସ କମିଟିର ସଭାପତି ମାଗୁଣି ଜେନା, କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପ୍ରଦୀପ୍ତ ଦାସ ଓ ଆରଜି ପିଏସ କାର୍ଯ୍ୟକାରୀ ଅଧ୍ୟକ୍ଷ ନିରୂପମା ପାତ୍ର ପ୍ରମୁଖ ଯୋଗଦେଇ ଶୃଙ୍ଖଳା ବିନା ସଂଗଠନ ଅସମ୍ଭବ ବୋଲି କହି ନେତୃ ମଣ୍ଡଳୀ ଓ ଛାମୁଆ କର୍ମୀମାନେ ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ କଲେ ସଙ୍ଗଠନ ଆପେ ଆପେ ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।
ଶିବିରର ଦ୍ଵିତୀୟ ଅଧିବେଶନରେ ଶିକ୍ଷାର୍ଥୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଟାଇମସ ଅଫ ଇଣ୍ଡିଆର ପୂର୍ବତନ ସମ୍ପାଦକ ନଳିନୀ ମହାନ୍ତି ଯୋଗଦେଇ ଦେଶ ଗଢିବାରେ କଂଗ୍ରେସର ଭୂମିକା ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ଏହି ଅବସରରେ ଆରଜିପିଏସ ଓଡ଼ିଶାରର ଅଧ୍ୟକ୍ଷ ଦାସ ଗ୍ରାମ ସ୍ୱରାଜର ଶକ୍ତି ଏବଂ ୭୩ ତମ ସାମ୍ବିଧାନିକ ଆମେଣ୍ଡମେଣ୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶିବିର ଆରମ୍ଭରେ ଅତିଥିମାନେ କଂଗ୍ରେସ ପତକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ସୁରେନ୍ଦ୍ରନାଥ ମହାରଣା, ବିଜ୍ଞାନ ଭୂୟାଁ, ବୈକୁଣ୍ଠ ନାଥ ସ୍ବାଇଁ, ଜ୍ୟୋତି କର, ଦୀପକ ଜେନା, ରାଜା ସିଂ, ମନୋଜ ଖିଲାର, ରାଜକିଶୋର ଦାଶ, ମିନତୀ ନାୟକ, ମିତାରାଣୀ ବେହେରା, ଆରତୀ ଭୋଇ, ଅନୁସୟା ବେହେରା ଓ ପୁଷ୍ପଲତା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସୌଜନ୍ୟ ସମ୍ବାଦ




