Attack: ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଚାଲିଗଲା ଜୀବନ
ରାସ୍ତା ଉପରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବର୍ଚ୍ଛା ଚୋଟରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜ...

ବେତନଟୀ (ଦୀପକ କୁମାର ସିଂହ): ରାସ୍ତା ଉପରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବର୍ଚ୍ଛା ଚୋଟରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ ଦୁର୍ଗାପୁର ଉପକଣ୍ଠ ତ୍ରିଲୋଚନପୁର ଗ୍ରାମରେ।
ତ୍ରିଲୋଚନପୁର ଗ୍ରାମର ଦୂଷିଆ ସିଂଙ୍କ ପୁଅ ତୋଫାନ ସିଂଙ୍କ ଉପରେ ବର୍ଚ୍ଛାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇ ତୋଫାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତୋଫାନଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ବତ ସିଂ ମଧ୍ୟ ବର୍ଚ୍ଛା ଚୋଟର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି।
ଏହି ଆକ୍ରମଣ ପଛରେ ପାଖ ସାହିର ଦୀପକ ସିଂଙ୍କ ହାତ ଥିବା ନେଇ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀପକଙ୍କ ମାନସିକ ସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ରହିଥିଲା। ରାସ୍ତା ଉପରେ ହିଁ ଏହି ଆକ୍ରମଣ ଘଟିଥିବା କୁହାଯାଉଛି। ତେବେ ଆକ୍ରମଣର ପ୍ରକୃତ କାରଣ କ’ଣ, ଘଟଣା ପୂର୍ବରୁ କୌଣସି ବିବାଦ ହୋଇଥିଲା କି ନାହିଁ ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
ସୌଜନ୍ୟ ସମ୍ବାଦ




