ରାଜ୍ୟ
Flood In Jajpur: ଯୁବକଙ୍କୁ ଭସାଇ ନେଲା ବନ୍ୟାପାଣି; ଭାସିଗଲେ ପରିବା ବ୍ୟବସାୟୀ
ଉତ୍ତର ଓଡ଼ିଶାରେ ଗତକାଲି ଠାରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ବନ୍ୟାଜଳ ଲୋକଙ୍କର ଚିନ୍ତା ବଢ଼ାଇଛି। ଯାଜପୁର ଜିଲ୍ଲାବାସୀ ବନ୍ୟା କାରଣରୁ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ଯାଜପୁର ସଦର ଥାନା ଶିମିଳିଆ ପଂଚାୟତର ଅଙ୍କୁରା ପୋଲରେ ରାସ୍ତା ପାର...

ଯାଜପୁର: ଉତ୍ତର ଓଡ଼ିଶାରେ ଗତକାଲି ଠାରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ବନ୍ୟାଜଳ ଲୋକଙ୍କର ଚିନ୍ତା ବଢ଼ାଇଛି। ଯାଜପୁର ଜିଲ୍ଲାବାସୀ ବନ୍ୟା କାରଣରୁ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ଯାଜପୁର ସଦର ଥାନା ଶିମିଳିଆ ପଂଚାୟତର ଅଙ୍କୁରା ପୋଲରେ ରାସ୍ତା ପାର ହେଉଥିବା ବେଳେ ବନ୍ୟା ପାଣି ସ୍ରୋତରେ ଭାସି ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଉଛନ୍ତି ମନୋଜ ଜେନା (୩୫)। ସେ ସଠିଆଟିକିରିରୁ ନିଜ ଗ୍ରାମ ଶିମିଳିଆକୁ ଯାଉଥିଲେ।
ସୌଜନ୍ୟ ସମ୍ବାଦ




