ରାଜ୍ୟ

Funeral Tragedy ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ଶେଷକୃତ୍ୟ ସମୟରେ ବଡ଼ବାପାଙ୍କ ଦେହାନ୍ତ

ଝାରସୁଗୁଡ଼ା ଜିଲ୍ଲାର ସାଗରପାଲି ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟ ସମୟରେ ବଡ଼ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ଦୁଇଟି ମୃତ୍ୟୁରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

ବ୍ରଜରାଜନଗର (ଉପନ ଚରଣ ସାହୁ):  ଝାରସୁଗୁଡ଼ାଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ଏକଫାଳିଆ ପଡ଼ା ଗ୍ରାମରେ ଗୋଟିଏ ଦିନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଗ୍ରାମର ସୁନୀଲ ପଟନିଆ(୨୬) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଗୋଟିଏ ବିଷଧର ସାପ କାମୁଡ଼ିଥିଲା। ସୁନୀଲ ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଝାରସୁଗୁଡ଼ା ନେବାକୁ ଦୀର୍ଘ ୫ ଘଣ୍ଟା ଯାଏଁ ଶବ ବାହକ ଗାଡ଼ି ମିଳି ନଥିଲା। ପରେ ଝାରସୁଗୁଡ଼ା ସିଡିଏମ୍‌ଓଙ୍କୁ ଅବଗତ କରାଇବା ପରେ ଗୋଟିଏ ଶବ ବାହକ ଗାଡ଼ି ଆସି ମୃତଦେହକୁ ଝାରସୁଗୁଡ଼ା ନେଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ସୁନୀଲଙ୍କ ଶେଷକୃତ୍ୟ କରୁଥିବା ବେଳେ ଶ୍ମଶାନ ଘାଟରେ ହିଁ ସୁନୀଲଙ୍କ ବଡ଼ବାପା ଇନ୍ଦ୍ରଜିତ ପଟନିଆ(୭୫) ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍ଦ୍ରଜିତ ପୂର୍ବରୁ ଜଣେ କିଡନୀ ରୋଗୀ ଥିଲେ ବୋଲି ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button