ରାଜ୍ୟ
Pistol and Mauser Seized ମଦ ଚଢ଼ଉ ବେଳେ ପିସ୍ତଲ, ମାଉଜର ଜବତ, ଅଭିଯୁକ୍ତ ଫେରାର୍
ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରମୁଣ୍ଡା ଗାଁରେ ଚୋରାମଦ ଚଢ଼ାଉ ବେଳେ ପୁଲିସ ଓ ଅବକାରୀ ବିଭାଗ ଗୋଟିଏ ପିସ୍ତଲ, ମାଉଜର ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ଫେରାର୍ ଥିବାବେଳେ ପୁଲିସ ତାଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।

ସୁନ୍ଦରଗଡ଼/ବାଲିଶଙ୍କରା: ତଳସରା ଥାନା ଟାଙ୍ଗରମୁଣ୍ଡାରେ ଜଣକ ଘରେ ଚୋରାମଦ ଚଢ଼ଉ ବେଳେ ପୁଲିସ ଗୋଟିଏ ପିସ୍ତଲ ଓ ମାଉଜର ଜବତ କରିଛି। ତେବେ ଅଭିଯୁକ୍ତ ଫେରାର ହୋଇଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟାଙ୍ଗରମୁଣ୍ଡାର ସମ୍ପୃକ୍ତ ବ୍ୟକ୍ତି ବୃତ୍ତିରେ ଜଣେ ଡ୍ରାଇଭର, ହେଲେ ଘରେ ଚୋରା ମଦ କାରବାର ଚଲାଇଥିଲା। ବୁଧବାର ଖବର ପାଇ ଅବକାରୀ ବିଭାଗ ଓ ପୁଲିସ ଘରେ ଚଢ଼ଉ କରିଥିଲେ। ସେ ପୁଲିସକୁ ଦେଖି ଦୌଡ଼ି ପଳାଇଥିଲା। ସନ୍ଦେହରେ ପୁଲିସ ଘର ତଲାସି କଲାବେଳେ ପିସ୍ତଲ ଓ ମାଉଜର ମିଳିଥିଲା।
ଏହା ସହ ଅବକାରୀ ବିଭାଗ ମହୁଲ, ମଦ ସାମଗ୍ରୀ ଜବତ କରିଥିଲେ। ଏ ନେଇ ତଳସରା ଥାନାରେ ଅସ୍ତ୍ରଶସ୍ତ୍ର ଆଇନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତାକୁ ଧରିବାକୁ ଚଢ଼ାଉ ଚଲାଇଛି।
ସୌଜନ୍ୟ ସମ୍ବାଦ




