ଜାତୀୟ

Gen-Alpha Protest: ଜେନ୍-ଜିଙ୍କ ପରେ ଏବେ ୟୁପିରେ ଜେନ୍-ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ ୩୦/୦୭: ଜନ୍ତର ମନ୍ତରରେ ଜେନ୍-ଜି ପ୍ରଦର୍ଶନ ପରେ ଏବେ ୟୁପିରେ ଜେନ୍-ଆଲ୍‌ଫାଙ୍କ ଆନ୍ଦୋଳନର ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି । ଭିଡିଓରେ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ମୌଳିକ ଦାବି ପୂରଣ ଲାଗି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ମାମଲା ଫତେପୁରର ସର୍ବୋଦୟ ଇଣ୍ଟର କଲେଜର । ଭିଡିଓରେ ବିଦ୍ୟାର୍ଥୀଙ୍କୁ କଲେଜ ବିରୋଧରେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଛି ।

ଜଣେ ଛାତ୍ର କହୁଛନ୍ତି, କଲେଜ ଶୌଚାଳୟ ଅପରିଷ୍କାର । ଯେଉଁ ପିଲା କଲେଜ ଭିତରେ ଅଛନ୍ତି ଏବଂ ପ୍ରଶାସନ ବିରୋଧରେ ବାହାରକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆସିବାକୁ ଦିଆଯାଉ ନାହିଁ । ପିଲାଙ୍କ ହାତରେ ଥିବା ବ୍ୟାନର୍‌ରେ ଉଲ୍ଲେଖ ହୋଇଛି- କଲେଜ ବ୍ୟବସ୍ଥା ସୁଧାର, ପିଲାଙ୍କ ଭବିଷ୍ୟତ ସଜାଡ଼ । ବିଦ୍ୟାର୍ଥୀ ଦାବି କରିଛନ୍ତି, କଲେଜର ପ୍ରିନ୍ସିପାଲଙ୍କ ବିରୋଧରେ ସ୍ୱରତ୍ତୋଳନ କଲେ ଫେଲ୍ କରିବାକୁ ଧମକ ଦିଆଯାଉଛି । ଟ୍ୱିଟରରେ ଭିଡିଓ କ୍ୟାପ୍ସନରେ ଜଣେ ୟୁଜର ଲେଖିଛନ୍ତି- ଜନ୍ତର ମନ୍ତରରେ ଜେନ୍-ଜି ଥିଲେ, ଏମାନେ ଆଲ୍‌ଫା ।

ବୁଧବାର ସକାଳ ୭ଟାରେ କଲେଜ ଗେଟ୍ ଖୋଲିବା ପରେ ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେମାନେ କଲେଜର ପୁରୁଣା ନିର୍ମାଣ, ଦୂଷିତ ପାଣି, ଓ ପ୍ରିନ୍ସିପାଲଙ୍କ ଖରାପ ବ୍ୟବହାର ବିରୋଧରେ ସ୍ୱର ଉଠାଇଲେ । ଏଠାରେ କମ୍ପ୍ୟୁଟର ଲ୍ୟାବ୍, ପାଠାଗାର ଓ ଖେଳ ସୁବିଧା ନାହିଁ । ପଙ୍ଖା ସ୍ଥିତି ଏତେ ଖରାପ ଯେ ନ କହିଲେ ଭଲ । ପିଲା କରେଣ୍ଟର ଶିକାର ହେଉଛନ୍ତି । ନାମଲେଖା ନାଁରେ ପିଲାଙ୍କଠୁ ଶୁଳ୍କ ନିଆଯାଉଛି । ମାର୍କସିଟ୍ ଓ ଅନ୍ୟ ଦସ୍ତାବିଜ ମାଗିଲେ କର୍ତ୍ତୃପକ୍ଷ ଟଙ୍କା ମାଗୁଛନ୍ତି । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନରେ ୬ଷ୍ଠରୁ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଦ୍ୱିପ୍ରହରରେ ଡିଷ୍ଟ୍ରିକ୍ଟ ଇନ୍ସପେକ୍ଟର ଅଫ୍ ସ୍କୁଲ ରାକେଶ କୁମାର କ୍ୟାମ୍ପସ୍‌ରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଚର୍ଚ୍ଚା କଲେ । ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ସମସ୍ତ ଦାବି ପୂରଣ ଲାଗି ଆଶ୍ୱାସନ ଦେଲେ । ସୂଚନାଯୋଗ୍ୟ, ୨୦୧୦-୨୦୨୪ ମଧ୍ୟରେ ଜନ୍ମିତ ପିଢ଼ିକୁ ଜେନ୍- ଆଲ୍‌ଫା କୁହାଯାଏ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button