ଦେଶ ବିଦେଶ

Indian Railways: ଏଣିକି ଯିବାକୁ ପଡ଼ିବ ନାହିଁ ପାର୍ସଲ୍‌ ଅଫିସ୍‌, ଟିକଟି କରିବା ସମୟରେ ବୁକିଂ ହେବ ଲଗେଜ୍‌

ଭାରତୀୟ ରେଳରେ ପୂର୍ବରୁ ଅଧିକ ଲଗେଜ୍‌ ନେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପାର୍ସଲ୍‌ ଅଫିସ୍‌ ଯାଇ ସେଠାରେ ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ଲଗେଜ୍‌ଗୁଡ଼ିକୁ ବୁକିଂ କରିବାକୁ ପଡ଼ୁଥିଲା।କିନ୍ତୁ ଆଗାମୀ ଦିନରେ ଯାତ୍ରୀମାନେ ଟିକଟ ବୁକିଂ ସମୟ‌ରେ ନିଜ ଲଗେଜ୍‌ ବୁକିଂ କରିପାରିବେ।

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ଅନଲାଇନ୍‌ ଲଗେଜ୍‌ ବୁକିଂ ସୁବିଧା ଆରମ୍ଭ କରାଯାଇଛି। ପୂର୍ବରୁ ଅଧିକ ଲଗେଜ୍‌ ନେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପାର୍ସଲ୍‌ ଅଫିସ୍‌ ଯାଇ ସେଠାରେ ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ଲଗେଜ୍‌ଗୁଡ଼ିକୁ ବୁକିଂ କରିବାକୁ ପଡ଼ୁଥିଲା। କିନ୍ତୁ ଆଗାମୀ ଦିନରେ ଯାତ୍ରୀମାନେ ଟିକଟ ବୁକିଂ ସମୟ‌ରେ ନିଜ ଲଗେଜ୍‌ ବୁକିଂ କରିପାରିବେ। ଆଜିଠାରୁ ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥାରେ ଯୋଗ୍ୟ ଯାତ୍ରୀମାନେ ନିଜ ଟିକଟ ଓ ଅତିରିକ୍ତ ଲଗେଜ୍‌ ବୁକିଂ ଏକ ସମୟରେ କରିପାରିବେ। ତେବେ ଏଥିରେ ବିଭିନ୍ନ ଶ୍ରେଣୀର ଯାତ୍ରା ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ମାପଦଣ୍ଡ ରହିଛି।

ଅତିରିକ୍ତ ଲଗେଜ୍‌ ବୁକିଂ ସୁବିଧା କେବଳ ଟିକଟ କନ୍‌ଫର୍ମ ହୋଇଥିବା ଯାତ୍ରୀମାନଙ୍କୁ ମିଳିବ। କେବଳ ଯେଉଁ କ୍ଷେତ୍ରରେ ଅନୁମୋଦିତ ସୀମାଠାରୁ ଅଧିକ ଲଗେଜ୍‌ ନେବାର ଅନୁମତି ଥିବ କେବଳ ସେହି ମାମଲାଗୁଡ଼ିକରେ ଅତିରିକ୍ତ ଲଗେଜ୍‌ ବୁକିଂ କରାଯାଇପାରିବ। ଏସି ପ୍ରଥମ ଶ୍ରେଣୀ, ଏସି-୨ ଟାୟାର, ପ୍ରଥମ ଶ୍ରେଣୀ, ଶୟନ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀର ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏସି ୩-ଟାୟାର ଓ ଚେୟାର କାର୍‌‌ରେ ଯାତ୍ରା କଲେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ ନାହିଁ। ଏସି ପ୍ରଥମ ଶ୍ରେଣୀ ପାଇଁ ୭୦ କେଜି ପର୍ଯ୍ୟନ୍ତ ଲଗେଜ୍‌ ନେବା ମାଗଣା ରହିଛି।

ଅନ୍ୟ ଶ୍ରେଣୀଗୁଡ଼ିକର ଯାତ୍ରୀଙ୍କ ପାଇଁ ୩୫ କେଜିରୁ ୫୦ କେଜି ପର୍ଯ୍ୟନ୍ତ ଲଗେଜ୍‌ ନେବା ମାଗଣା ରହିଛି। ପ୍ରତ୍ୟେକ ଶ୍ରେଣୀର ସର୍ବାଧିକ ଲ‌ଗେଜ୍‌ ସୀମା ରହିଛି ଯାହା ୭୦ କେଜିରୁ ଆରମ୍ଭ କରି ୧୫୦ କେଜି ପର୍ଯ୍ୟନ୍ତ ରହିଛି। ମାଗଣା ସୀମାଠାରୁ ଅଧିକ ଲଗେଜ୍‌ ନେବାକୁ ହେଲେ ସେହି ଅତିରିକ୍ତ ଲଗେଜ୍‌ର ବୁକିଂ କରାଯାଇପାରିବ। ତେବେ ସମସ୍ତ ଲଗେଜ୍‌ ପରିମାଣ ସର୍ବାଧିକ ସୀମା ମଧ୍ୟରେ ରହିବା ଦରକାର। ସେହିପରି ଯାତ୍ରୀମାନେ କେଉଁ ଆକାରର ଲଗେଜ୍‌ ନେଇପାରିବେ ତାହାର ମଧ୍ୟ ନିୟମ ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button